Latest Odisha News

BREAKING NEWS

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖନ୍ତାପଡା ରେଲୱେ ଷ୍ଟେସନ୍ ନିକଟ ଅତାପୁର ଠାରେ ଶନିବାର ଦିନ ନୂଆଦିଲ୍ଲୀ- ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଯିବାରୁ ଯାତ୍ରୀମାନେ ଭୟଭିତ ହୋଇପଡିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଏହି ଟ୍ରେନର ଏକ ବଗିରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ପରେ ଅନ୍ତିମ ରିପୋର୍ଟ ଆସିବା ଯାଏଁ ବାଲେଶ୍ୱର-ସୋର ଅନ୍ତର୍ଗତ ଷ୍ଟେସନରେ ଟ୍ରେନକୁ ଅଟକାଇ ନିଆଁ ଲିଭାଯାଇଥିଲା ।

ଇଷ୍ଟକୋଷ୍ଟ ରେଳବାଇର ସୂଚନାନୁଯାୟୀ ଟ୍ରେନର ପାୱାର ଗାର୍ଡ କାରରେ ଦିନ ପ୍ରାୟ ୧୨ଟା ୫୦ମି. ସମୟରେ ନିଆଁ ଲାଗିଯାଇଥିଲା । ପରବର୍ତ୍ତୀ ସମୟରେ ଟ୍ରେନର ଶେଷ କୋଚ୍ ତଥା ପାୱାର-କମ୍-ଗାର୍ଡ କାରକୁ ଅଲଗା କରିଦିଆଯାଇଛି । ଆହୁରି ମଧ୍ୟ ଉକ୍ତ କୋଚ୍ ସହ ସଂଲଗ୍ନ ଥିବା ବଗିରେ ଧୂଆଁ ପ୍ରବେଶ କରିବା ଫଳରେ ଉକ୍ତ ବଗିରେ ଥିବା ସମସ୍ତ ଯାତ୍ରୀଙ୍କୁ ଅନ୍ୟ କୋଚକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଏହି ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ନିଆଁ ଲିଭା କାର‌୍ୟ୍ୟରେ ଦମକଳବାହିନୀ ନିୟୋଜିତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.