Latest Odisha News

ପୁରୀ ବାଣ ବିସ୍ଫୋରଣ: ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୁରୀ ଚନ୍ଦନ ଯାତ୍ରା ବେଳେ ହୋଇଥିବା ଭୟଙ୍କର ବାଣ ବିସ୍ଫୋରଣ ଆହତଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ ଅଲଟିମେଟରେ ଆହତଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସା ବ୍ୟବସ୍ଥା ନେଇ ବରିଷ୍ଠ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ।

ସୁଚନାଯୋଗ୍ୟ, ଗତକାଲି ଚନ୍ଦନ ଯାତ୍ରାର ବିଂଶ ତମ ଦିବସ ତଥା ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ଚାଲିଥିଲା । ଏହି ସମୟରେ ଦେବୀ ଘାଟ ନିକଟ ଦାସତୁଠ ନିକଟରେ କିଛି ଶ୍ରଦ୍ଧାଳୁ ବାଣ ଫୁଟାଇ ଖୁସି ମନେଇଥିଲେ ।

ବାଣ ଫୁଟାଇବା ବେଳେ ଅଚାନକ ଗୋଟେ ବାଣ ନିକଟରେ ଥିବା ବାଣ ଗଦା ଉପରେ ପଡିଥିଲା । ଫଳରେ ବଡ ଧରଣର ବାଣ ବିସ୍ଫୋରଣ ହୋଇଥିଲା।ଏଥିରେ ୩୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କର ଚିକିତ୍ସା ଜାରି ରହିଛି।

Comments are closed.