Latest Odisha News

BREAKING NEWS

କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଶଂସା କଲେ ନବୀନ

ଭୁବନେଶ୍ୱର : ଖୁବ୍ କମ ସମୟ ମଧ୍ୟରେ କେନ୍ଦ୍ରାପଡାରେ କୋଭିଡ ୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଥିବାରୁ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡିଶା ଲଢୁଥିବା କରୋନା ଲଢେଇକୁ ଆହୁରି ମଜବୁତ କରିବାକୁ ଯାଇ କେନ୍ଦ୍ରାପଡାରେ ସମ ହସ୍ପିଟାଲ ସହାୟତାରେ ଆରମ୍ଭ ହୋଇଛି କୋଭିଡ୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଛି । ଏଥିରେ ୧୦ଟି ଆଇସିୟୁ ସମେତ ୧୦୦ଟି ବେଡର ବ୍ୟବସ୍ଥା କରାଯାଇଛି ।

ରାଜ୍ୟରେ ଏ ଯାଏଁ ମୋଟ ୬୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଚିକିତ୍ସା ପରେ ୧୯ ଜଣ ସୁସ୍ଥ ହୋଇଛନ୍ତି । ତେବେ କରୋନା ସଂକ୍ରମଣ ଓ ଏହାର ମୁକାବିଲା ପାଇଁ ସବୁ ଜିଲ୍ଲାରେ ସରକାରଙ୍କ ପକ୍ଷରୁ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.