Latest Odisha News

BREAKING NEWS

ଆଗାମୀ ୧ ମାସ ଆମ ପାଇଁ ବଡ ଚ୍ୟାଲେଂଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ କରୋନା ଡେଇଁ ଚାଲିଥିବା ବେଳେ ଆଜି କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ଅନ୍ୟ ବିଭାଗର ସଚିବ ନିଜ ନିଜ ବିଭାଗର କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।

ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ୧୫ ଦିନରୁ ଏକ ମାସ ଆମ ପାଇଁ ବଡ ଚ୍ୟାଲେଂଜ । ରାଜ୍ୟରେ ରେଳ ଓ ବିମାନ ସେବା ଆରମ୍ଭ ହୋଇଥିବାରୁ କରୋନା ମୁକାବିଲା ଚ୍ୟାଲେଂଜ ବଢ଼ିଯାଇଛି । ଏହାକୁ ଠିକ୍ ଢ଼ଙ୍ଗରେ ମୁକାବିଲା କରିବାକୁ ହେବ । ସାମାଜିକ ଦୂରତା, ସାମାଜିକ ବାସନ୍ଧ ନୁହେଁ । କଠୋର କାର୍ଯ୍ୟ ସହ ସଚେତନତା ସୃଷ୍ଟିର ମିଶ୍ରଣ ଆବଶ୍ୟକ । ଏହି ସପ୍ତାହରେ ଏହି ଲକ୍ଷ୍ୟ ନେଇ ଆଗକୁ ବଢ଼ିବାକୁ ହେବ ବୋଲି ନବୀନ କହିଛନ୍ତି ।

ରାଜ୍ୟରେ କରୋନା ମୁକାବିଲା ପାଇଁ ନିୟୋଜିତ ଥିବା ଡାକ୍ତର, ପୋଲିସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଆଗଧାଡିର କରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏଥିସହ ନବୀନ କହିଛନ୍ତି, ପଂଚାୟତ ସ୍ତରରେ ସରପଂଚ, ଲୋକ ପ୍ରତିନିଧି ଭଲ କାମ କରୁଛନ୍ତି । କୋଭିଡ୧୯ ସହ ବାତ୍ୟା ଅମ୍ଫାନର ସଫଳ ପରିଚାଳନା ଓ ପୁନଃଉଦ୍ଧାର ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟବାସୀଙ୍କ ବଳିଦାନ ସରକାରଙ୍କ କର୍ତ୍ତବ୍ୟ ପାଳନ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.