Latest Odisha News

ବଢ଼ୁଛି ଓମିକ୍ରନ ସଂକ୍ରମଣ ସଂଖ୍ୟା, ସ୍ଥିତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଓମିକ୍ରନ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ବଢ଼ୁଛି ଚିନ୍ତା । ଏନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୫ଟାରେ ସମୀକ୍ଷା ବୈଠକ ବସିବ । ଭର୍ଚ୍ଚୁଆଲ ପ୍ଲାଟଫର୍ମ ଜରିଆରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ସୂଚନା ରହିଛି ।

ମୁଖ୍ୟ ଶାସନ ସଚିବଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ରହିବେ । ବୈଠକରେ ସମ୍ଭାବ୍ୟ ସ୍ଥିତି ନେଇ ଆଲୋଚନା ହେବ । ବଢ଼ୁଥିବା ଉଭୟ ଓମିକ୍ରନ ଓ କରୋନା ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

Comments are closed.