Latest Odisha News

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅପରାହ୍ନ ସାଢେ ତିନିଟା ବେଳେ  ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ୫ ଜିଲ୍ଲାର ବନ୍ୟାସ୍ଥିତି ଅନୁଧ୍ୟାନ କରିବେ । ସେହିଜିଲ୍ଲା ଗୁଡିକ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । ଏହି ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ବନ୍ୟାଞ୍ଚଳ ବୁଲି ଦେଖିବେ  ।

ଓଡିଶାରେ ବନ୍ୟାର ବିଭୀଷିକାର ଭୟଙ୍କର ଚିତ୍ର ଦେଖିବାକୁ ମିଳୁଛି ।ମୁଖ୍ୟ ନଦୀ , ଶାଖା ନଦୀ ଓ ନାଳ ସବୁ ଉଛୁଳି ରାସ୍ତା ଉପରେ ଅଣ୍ଟାଏ ପାଣି ଚାଲୁଛି । ଚଳିତବର୍ଷ ବନ୍ୟାରେ ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି । ଏସଆରସିଙ୍କ ସୁଚନା ଅନୁସାରେ ୧୨ଟି ଜିଲ୍ଲା ପ୍ରାୟ ୫ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ପ୍ରାୟ ୨.୫ଲକ୍ଷ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି  ।  ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ବନ୍ୟା ପାଇଁ ରାଜ୍ୟରେ ଅନେକ କ୍ଷୟ କ୍ଷତି ହୋଇଛି  । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଆଜି ୫ଟି ଜିଲ୍ଲାରେ ଆକାଶ ମାର୍ଗରୁ ବନ୍ୟାସ୍ଥିତି ଅନୁଧ୍ୟାନ କରିବେ ।

Leave A Reply

Your email address will not be published.