ବ୍ରହ୍ମପୁର: ରାଜ୍ୟର ୫ଟି ମହାନଗର ନିଗମର ବସ୍ତି ବାସନ୍ଦାଙ୍କୁ ମିଳିବ ଜମି ପଟ୍ଟା। ଏହି କ୍ରମରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ବସ୍ତି ବାସିନ୍ଦାଙ୍କୁ ‘ଜାଗା ମିଶନ୍’ ଜରିଆରେ ଜମିପଟ୍ଟା ପ୍ରଦାନ କରାଯିବ। ପ୍ରଥମେ ଡ୍ରୋନ୍ ସର୍ଭେ କାର୍ଯ୍ୟ ହେବ। ଗୁରୁବାର ଏହି କାର୍ଯ୍ୟକୁ ୫ଟି ମହାନଗର ନିଗମରେ ଅନଲାଇନ୍ରେ ଭୁବନେଶ୍ବରରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମହାନଗର ନିଗମ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୧୦ ନମ୍ବର ୱାର୍ଡ ଅନ୍ତର୍ଗତ ଆଇନା ବନ୍ଧ ସାହି ବସ୍ତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ମହାନଗର ନିଗମ ଅଞ୍ଚଳର ୧୭୫ଟି ସ୍ଲମ ଡ଼େଭଲପମେଣ୍ଟ ଆସୋସିଏସନ୍ ସଦସ୍ୟଙ୍କ ସମେତ ବ୍ରହ୍ମପୁର ମହାନଗର ନିଗମର ମେୟର, ଡ଼େପୁଟି ମେୟର, ଗଞ୍ଜାମ ଜିଲାପାଳ, ମହାନଗର ନିଗମ ଆୟୁକ୍ତଙ୍କ ସମେତ କର୍ପୋରେଟର ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିବେ। ପ୍ରାଥମିକ ପର୍ଯ୍ୟାୟରେ ବସ୍ତି ବାସିନ୍ଦାଙ୍କୁ ଲ୍ୟାଣ୍ଡ ରାଇଟ୍ ସାର୍ଟିଫିକେଟ୍ (ଏଲ୍ଆର୍ସି) ପ୍ରଦାନ କରାଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି। ଏହା ପରେ ପରେ ସର୍ଭେ ହେବ। ରାଜ୍ୟରୁ ଏକ ସଂସ୍ଥା ଆସି ସମସ୍ତ ତୃଣମୂଳ ସ୍ତରରେ ଯାଞ୍ଚ କରିବ। ଅନୁମୋଦନ ମିଳିବା ପରେ ତହସିଲ କାର୍ଯ୍ୟାଳୟ ନିମନ୍ତେ ଦସ୍ତାବିଜ ପ୍ରସ୍ତୁତ ହେବ।
ରାଜ୍ୟ ସରକାର ପୂର୍ବରୁ ଓଡ଼ିଶା ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର ଅଧିନିୟମ-୨୦୧୭ ପ୍ରଣୟନ କରିଥିଲେ । ସମସ୍ତ ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଏହାର ପରିସରଭୁକ୍ତ ଥିଲା। ଅନୁରୂପ ଭାବେ ‘ଓଡ଼ିଶା ମହାନଗର ନିଗମ ଅଧିନିୟମ-୨୦୦୩’ରେ ସଂଶୋଧନ ଅଣାଯାଇ ମହାନଗର ନିଗମରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କ ପାଇଁ ଏଥିରେ ବ୍ୟବସ୍ଥା କରାଯାଇଥିଲା। ତେବେ ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ବସ୍ତିବାସିନ୍ଦାଙ୍କ ପାଇଁ ଆଇନ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ମହାନଗର ନିଗମ ବସ୍ତିବାସିନ୍ଦାଙ୍କ କ୍ଷେତ୍ରରେ ଆଇନ କାର୍ଯ୍ୟକାରୀ ହୋଇପାରି ନ ଥିଲା। ୨୦୨୧ ମସିହା ଡିସେମ୍ବର ୩୧ ତାରିଖରେ ରାଜ୍ୟ କ୍ୟାବିନେଟରେ ଏନେଇ ଆଲୋଚନା ହୋଇଥିଲା। ଓଡ଼ିଶା ମହାନଗର ନିଗମ ଅଧିନିୟମ-୨୦୦୩ ସଂଶୋଧନ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିଥିଲା। ଉକ୍ତ ପ୍ରସ୍ତାବ ଅନୁଯାୟୀ ବସ୍ତି ବାସିନ୍ଦାମାନଙ୍କୁ ସେମାନେ ଯେଉଁଠି ରହୁଥିବେ, ସେଠାରେ ୪୫ ବର୍ଗ ମିଟର ଜାଗାର ଭୂମି ଅଧିକାର ପ୍ରଦାନ କରାଯିବ। କୌଣସି ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ପରିବାର ଯଦି ୩୦ ବର୍ଗମିଟରରୁ କମ୍ ଭୂମି ଦଖଲ କରୁଥିବେ ଏବଂ ତାଙ୍କ ବାସଗୃହକୁ ଲାଗି ସରକାରୀ ଖୋଲା ଜାଗା ଥିବ, ତେବେ ତାଙ୍କୁ ଯଥାସମ୍ଭବ ୩୦ ବର୍ଗମିଟର ପର୍ଯ୍ୟନ୍ତ ଭୂମି ଯୋଗାଇ ଦିଆଯିବ। କ୍ୟାବିନେଟ ମୋହର ପରେ ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଥିଲା ଯେ, ରାଜ୍ୟର ୫ଟି ମହାନଗର ନିଗମ ଅଧିନରେ ୯୩୮ଟି ବସ୍ତିରେ ବସବାସ କରୁଥିବା ପ୍ରାୟ ୧ ଲକ୍ଷ ୯୦ ହଜାର ପରିବାର ଅନ୍ତର୍ଗତ ୮ ଲକ୍ଷ ୫୮ ହଜାର ବସ୍ତିବାସିନ୍ଦା ଉପକୃତ ହୋଇପାରିବେ। ପ୍ରାୟ ୧୧ ମାସ ପରେ ବର୍ତ୍ତମାନ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ବ୍ରହ୍ମପୁର ମହାନଗର ନିଗମ ଅଧିନରେ ୧୭୫ଟି ବସ୍ତି ରହିଛି। ‘ଜାଗା ମିଶନ’ ଅନ୍ତର୍ଗତ ଏହି ସବୁ ବସ୍ତିରେ ‘ଜାଗା ସଂପର୍କ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ରେସିଡେନ୍ସିଆଲ୍ ୱେଲଫେୟର ଆସୋସିଏସନ ଗଠନ ସହ ଆବଶ୍ୟକୀୟ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ନ୍ୟାସନାଲ ଗ୍ରୀନ ଟ୍ରାଇବୁନାଲ(ଏନ୍ଜିଟି)ଙ୍କ ନିର୍ଦେଶ ଅନୁଯାୟୀ ପୋଖରୀ ହୁଡ଼ା ଏବଂ ଜଳ ଉତ୍ସ ଉପରେ ନିର୍ମିତ ବସ୍ତିକୁ ଉଚ୍ଛେଦ କରାଯାଇଛି।ଯେଉଁ ବସ୍ତିଗୁଡ଼ିକ ଏନଜିଟି ନିର୍ଦେଶକୁ ଉଲଂଘନ କରୁନଥିବ, ସେହି ସବୁ ବସ୍ତିରେ ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
BREAKING NEWS
- ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ସାଇଟ୍ ଉନ୍ମୋଚିତ
- ଲସ୍କର-ଏ-ତୈବାର ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍, ୫ ଗିରଫ
- ଗିରଫ ହେଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର
- ରଗବୀ: ୧୭ ବର୍ଷରୁ କମ ବାଳିକା ବର୍ଗରେ ଓଡ଼ିଶା, ବାଳକ ବର୍ଗରେ ବିହାର ବିଜେତା
- ଆଇପିଏଲ: ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ହେଉଛି ୨୪୦୦ କୋଟି କ୍ଷତି !
- ପାକିସ୍ତାନକୁ ରାଜନାଥ ସିଂହଙ୍କ କଡା ବାର୍ତ୍ତା, ‘ଯଦି ତୁମେ ପଶ୍ଚିମବଙ୍ଗ ଆଡକୁ ନଜର ପକେଇବ, ତେବେ ତୁମକୁ….
- ଆଜି ରାତିରେ ଏକ ସଭ୍ୟତାର ଅନ୍ତ ହେବ, ୪୭ ବର୍ଷର ହିଂସାର ଅନ୍ତ ହେବ… ଇରାନକୁ ଟ୍ରମ୍ପଙ୍କ ଧମକ
- ମ୍ୟାଚ ଫିକ୍ସିଂ: ବାଂଲାଦେଶର ୭ ଖେଳାଳି ବାସନ୍ଦ
- ପଶ୍ଚିମବଙ୍ଗରେ ଭୋଟ ଆଗରୁ ବାଦ ପଡିଲେ ୯୦ ଲକ୍ଷ ଭୋଟର
- ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା
Comments are closed.