Latest Odisha News

ଦିଲ୍ଲୀରେ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ନୂଆଦିଲ୍ଲୀରେ କେନ୍ଦ୍ର ସହ ଏକ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ରାଜ୍ୟର ବାକିଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ଆଜି ସକାଳ ୯ଟା ବେଳେ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି । ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି, ପ୍ରମୁଖ ସଚିବ (ଗୃହ) ସଞ୍ଜୀବ ଚୋପଡା, ପୋଲିସ ଡିଜି ବିକେ ଶର୍ମା ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରମୁଖ ରହିଛନ୍ତି ।

ଅପରାହ୍ନ ୫ଟା ବେଳେ ଓଡିଶା ନିବାସରେ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକରେ ଯୋଗଦେବେ । ଉକ୍ତ ବୈଠକରେ ତୁହିନ କାନ୍ତ ପଣ୍ଡା ମଧ୍ୟ ଯୋଗଦେବେ ବୋଲି ସୂଚନା ମିଳିଛି ।

ପରେ ନବୀନ ଗୁରୁବାର ଦିନ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।

ସୂଚନାଯୋଗ୍ୟ, କେନ୍ଦ୍ରରେ ପଡି ରହିଥିବା ବିଲ୍ ଓ ବିଭିନ୍ନ ଅନୁମୋଦନ ସମ୍ପର୍କରେ ବିସ୍ତୃତ ଚିଠା ଦେବାକୁ ନିକଟ ଅତୀତରେ ସମସ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

Comments are closed.