Latest Odisha News

BREAKING NEWS

ରାଉରକେଲା ହୋଟେଲରେ ଲାଗିଲା ନିଆଁ, ୭ ଜଣ ଆହତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଅନ୍ତର୍ଗତ ପାନପୋଷ ଛକଠାରେ ଥିବା ଏକ ହୋଟେଲରେ ହଠାତ୍ ନିଆଁ ଲାଗିଯିବାରୁ ୭ ଜଣ ଜଣ ବ୍ୟକ୍ତି ଏହି ଅଗ୍ନିକାଣ୍ଡରେ ଜଳିଯାଇ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଏହି ଅଗ୍ନିକାଣ୍ଡରେ ନିଜେ ହୋଟେଲ ମାଲିକ ମଧ୍ୟ ନିଆଁରେ ଜଳିଯାଇ ଆହତ ହୋଇଥିବା ସୂଚନା ହସ୍ତଗତ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ପାନପୋଷ ଛକରେ ଥିବା ପଞ୍ଚମ ନାମକ ଏକ ହୋଟେଲରେ କର୍ମଚାରୀମାନେ ସକାଳ ୮ଟା ୩୦ରେ ଜଳଖିଆ ତିଆରି କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ନିଆଁ ଲାଗିଥିଲା । ଏହି ନିଆଁ କ୍ରମେ ହୋଟେଲର ଚାରିଆଡ଼କୁ ବ୍ୟାପିଯାଇଥିଲା ।

ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗର ଦମକଳ ଘଟଣାସ୍ଥଳକୁ ଆସି ନିଆଁ ଲିଭାଇବାକୁ ଅକ୍ଳାନ୍ତ ପରିଶ୍ରମ ଜାରି ରଖିଥିଲେ । ଏହି ଅଗ୍ନିକାଣ୍ଡରେ ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଡ଼ାକ୍ତରଙ୍କ କହିବାନୁଯାୟୀ ଚିକିତ୍ସାଧିନ ସମସ୍ତ ବ୍ୟକ୍ତିମାନଙ୍କ ଅବସ୍ଥା ସ୍ୱାଭାବିକ ରହିଛି ।

Leave A Reply

Your email address will not be published.