Latest Odisha News

BREAKING NEWS

ଆଜି ମୁଖ୍ୟମନ୍ତ୍ରୀଙ୍କ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ଦିନ ୧୧ଟା ୫୫ ମିନିଟ ସମୟରେ ପହଞ୍ଚିବା ପରେ ୧୯ କୋଟି ଟଙ୍କା ମୂଲ୍ୟର ୧୨ଟି ଜନହିତକାରୀ ପ୍ରକଳ୍ପର ଶୁଭ ଉଦଘାଟନ କରିବେ । ଏଥିସହିତ ମୁଖ୍ୟମନ୍ତ୍ରୀ ୧୦୯୭ କୋଟି ଟଙ୍କା ମୂଲ୍ୟର ୧୬ଟି ଜନହିତକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଏହାବ୍ୟତୀତ, ମୁଖ୍ୟମନ୍ତ୍ରୀ ୨୫୨୦ ନିର୍ମାଣ ଶ୍ରମିକଙ୍କୁ ସାଇକେଲ ଏବଂ ୩୦୦୦ ନିର୍ମାଣ ଶ୍ରମିକଙ୍କୁ ଯନ୍ତ୍ରପାତି ଓ ସୁରକ୍ଷା ସରଞ୍ଜାମ ପ୍ରଦାନ କରିବେ । ୯୭୫ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ ସହିତ ୧୫୧୧ ହିତାଧିକାରୀଙ୍କୁ ଜଙ୍ଗଲ ଜମି ଅଧିକାର ପଟ୍ଟା ବଣ୍ଟନ କରିବେ । ୨୪୦୦ ହିତାଧିକାରୀଙ୍କୁ ବାସୋପୋଯୋଗୀ ପଟ୍ଟା ବଣ୍ଟନ କରିବା ସହିତ ମଧୁବାବୁ ପେନସନ ଯୋଜନାରେ ବର୍ଦ୍ଧିତ ଭତ୍ତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଇ ଟି ଡ଼ି ଏ ଦ୍ୱାରା ୧୮୦ ଜଣଙ୍କୁ ପମ୍ପସେଟ୍ ପ୍ରଦାନ କରିବେ । ଉମରକୋଟ ବ୍ଲକ ମିଶନ ଶକ୍ତି ସଂଘକୁ ୨୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ।

ଏହି ଗସ୍ତକ୍ରମରେ ମୁଖ୍ୟମନ୍ତ୍ରୀ ଜୟପୁରଠାରେ ବିଜୁ ଯୁବ ବାହିନୀର ଆଞ୍ଚଳିକ ଅଧିବେଶନରେ ଯୋଗଦାନ କରି ଉଦବୋଧନ ଦେବେ ।

Leave A Reply

Your email address will not be published.