Latest Odisha News

BREAKING NEWS

ସିବିଆଇ ନିକଟରେ ହାଜର ହେବାକୁ କୋଲକାତା ପୋଲିସ ମୁଖ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି, ମଙ୍ଗଳବାର ଦିନ ଚିଟଫଣ୍ଡ ଦୁର୍ନୀତି ମାମଲାରେ କୋଲକାତା ପୋଲିସ କମିଶନର୍ ରାଜୀବ କୁମାରଙ୍କୁ ସିବିଆଇ ନିକଟରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏସମ୍ପର୍କରେ ଏକ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ରାଜୀବ କୁମାର ଗିରଫ ହୋଇପାରିବେ ନାହିଁ ।

ଏନେଇ ମମତା ବାନାର୍ଜୀ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଏହା ତାଙ୍କ ଦଳ ତଥା ଦେଶର ଜନସାଧାରଣଙ୍କ ଏକ ନୈତିକତାର ବିଜୟ ।

ସୁପ୍ରିମକୋର୍ଟର ଏହି ଶୁଣାଣି ପରେ କୋଲକାତାର ଧାରଣାସ୍ଥଳରୁ ମମତା ଗଣମାଧ୍ୟମକୁ କହିଛନ୍ତି, ପୋଲିସ କମିଶନର ରାଜୀବ କୁମାର ସିବିଆଇ ନିକଟରେ ହାଜର ନହେବାକୁ କେବେ ବି କହିନଥିଲେ, ବରଂ ଏକ ନିରପେକ୍ଷ ସ୍ଥାନରେ ଉପସ୍ଥିତ ହେବାକୁ କହିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିକୁ କଡ଼ା ସମାଲୋଚନା କରି ମମତା ବାନାର୍ଜୀ କହିଛନ୍ତି, ଆଗାମୀ ନିର୍ବାଚନରେ ସେ ପୁନର୍ବାର କ୍ଷମତାକୁ ଆସିପାରିବେ ନାହିଁ ।

ଏହି ଧାରଣାରେ ତାଙ୍କୁ ଅନେକ ବିରୋଧୀ ରାଜନୈତିକ ଦଳର ନେତାମାନେ ଅକୁଣ୍ଠିତ ସମର୍ଥନ ଜ୍ଞାପନ କରିଥିବାର ଗଣମାଧ୍ୟମକୁ କହିଛନ୍ତି ।

Leave A Reply

Your email address will not be published.