Latest Odisha News

BREAKING NEWS

ଯାତ୍ରା, ଅପେରା, ଡ୍ରାମା, ମେଲୋଡ଼ି ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର: ଯାତ୍ରା, ଅପେରା, ଡ୍ରାମା, ମେଲୋଡ଼ି ପାଇଁ ମିଳିଲା ଅନୁମତି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏନେଇ ଏସଆରସିଙ୍କ ପକ୍ଷରୁ ଜାରି ହେଲା ନୂଆ ଗାଇଡ଼ଲାଇନ୍ । ଆଜିଠାରୁ ନୂଆ ଗାଇଡ଼ଲାଇନ୍ ଲାଗୁ ନେଇ ଏସଆରସିଙ୍କ ସୂଚନା । କୋଭିଡ଼ କଟକଣା ଭିତରେ ଉତ୍ସବ ପାଳନ ନେଇ ମିଳିଲା ଅନୁମତି ।

ଏଥିପାଇଁ ଜିଲ୍ଲାପାଳ, ଏସପି ଓ ମ୍ୟୁନିସିପାଲ କମିଶନରଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ଖୋଲା ପଡ଼ିଆରେ ୨ହଜାର ଲୋକ ସାମାଜିକ ଦୂରତ୍ୱ ରଖି ବସିପାରିବେ ବୋଲି ମାର୍ଗଦର୍ଶିକାରେ କୁାଯାଇଛି । ଅନଲାଇନରେ କିମ୍ବା ଅଧିକ କାଉଣ୍ଟରରେ ଟିକେଟ୍ ବୁକିଂ ପାଇଁ ନିର୍ଦ୍ଦେଶ ରହିଛି । ଇଣ୍ଡୋର ହଲରେ ବସିବା କ୍ଷମତାର ୫୦ପ୍ରତିଶତରୁ ଅଧିକ ଦର୍ଶକ ମନା । ୫୦ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବା ପାଇଁ ଅନୁମତି ଦିଆଯାଇଛି ।

Leave A Reply

Your email address will not be published.