Latest Odisha News

BREAKING NEWS

କରୋନା ପଜିଟିଭ ଚିହ୍ନଟକୁ ସାଂପ୍ରଦାୟିକ ରଙ୍ଗ ନଦେବାକୁ ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ

ଭୁବନେଶ୍ୱର : କରୋନା ସଂକ୍ରମଣ ଓ ଲକ୍ ଡାଉନ ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୋଲିସକୁ ସଜାଗ ରହିବାକୁ କହିବା ସହିତ କରୋନା ସଂକ୍ରମଣ ପରିସ୍ଥିତିକୁ ସାଂପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛିନ୍ତି ।

ଏଥିସହିତ ବଦ୍‌ମାସି କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି । ସଂପ୍ରଦାୟିକ ସଦ୍‌ଭାବ ବଜାୟ ରଖିବାକୁ ପୋଲିସ୍‌କୁ ନିର୍ଦ୍ଦେଶ ଦେବା ସହିତ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଅବାଧ ପରିବହନ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

Leave A Reply

Your email address will not be published.