Latest Odisha News

BREAKING NEWS

କରୋନା ସହ ଲଢେଇ: ଘର ଘର ବୁଲି ସରପଞ୍ଚ ବାଣ୍ଟିଲେ ରନ୍ଧାଖାଦ୍ୟ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତର ଯୁବ ସରପଞ୍ଚ ବସନ୍ତ କୁମାର ସାମଲ ଘର ଘର ବୁଲି ରନ୍ଧାଖାଦ୍ୟ ବାଣ୍ଟୁଥିବା ଦେଖିବାକୁ ମିଳିଛି। ଗରିବ ଲୋକଙ୍କୁ ରାନ୍ଧଖାଦ୍ୟ ଦେବାପାଇଁ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଘର ଘର ବୁଲି ରାନ୍ଧଖାଦ୍ୟ ଦିଆଯାଉଥିବା ଶ୍ରୀ ସାମଲ ପ୍ରକାଶ କରିଛନ୍ତି।

ଖୋଳଖାଳି ପଞ୍ଚାୟତରେ ସରପଞ୍ଚ ସୂର‌୍ୟ୍ୟମଣି ଗୌଡ଼ ଓ ସମିତି ସଭ୍ୟ ବିବେକାନନ୍ଦ ବାରିକଙ୍କ ଉପସ୍ଥିତିରେ ପିଇଓ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ସହ ପ୍ରତି ରାସନ କାର୍ଡ଼ ପିଛା ଏକ ହଜାର ଟଙ୍କା ପ୍ରଦାନ କରିଥିଲେ।

ତେବେ ମାଣିତରା ପଞ୍ଚାୟତରେ ରୋଷେଇ ଚାଲିଥିବା ସମୟରେ ସେହି ପଞ୍ଚାୟତର ନଗୁଡୁ ଗ୍ରାମର ଦାମ ନାୟକଙ୍କ ପୁଅ ଶିବ ନାୟକ ପଞ୍ଚାୟତ ଅଫିସକୁ ଯାଇ ସରପଞ୍ଚଙ୍କ ପ୍ରତିନିଧି ବବୁଲ ନାୟକ ଓ ପଞ୍ଚାୟତ କାର‌୍ୟ୍ୟନିର୍ବାହୀ ଅଧିକାରୀଙ୍କ ସହ ବଚସା କରିବା ଯୋଗୁଁ ବୁଗୁଡା ପୋଲିସ ଶିବକୁ ଧରି ନେଇଥବା ଜଣାପଡିଛି।

Leave A Reply

Your email address will not be published.