Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସୁଚିନ୍ତିତ ସେଵା ପରମ୍ପରାକୁ ଆଗେଇ ନେବା ପାଇଁ ଅତି ସୁନ୍ଦର ଭାବରେ ସୄଷ୍ଟ ସେବକ ଗୋଷ୍ଟୀଙ୍କ ମଧ୍ୟରେ ଆଜି ଆଲୋଚନା କରିବା ପ୍ରଧାନି ସେବକଙ୍କ ବିଷୟରେ। ଏହି ସେବକ ଶାଢ଼ୀବନ୍ଧା ବ୍ରlହ୍ମଣ ସେବକ । ଏହାଙ୍କ ମୂଖ୍ୟ କାର୍ଯ୍ୟକ୍ରମଗୁଡିକ ହେଲା ଅବକାଶ ଶେଷରେ ରୋଷଆଡ଼ ସଫା ହୋଇଛି କି ନାହିଁ ଦେଖିବେ। ରୋଷ ପାଇକ ହୋମକାଠ ଲଗାଇବା ପରେ ପୂଜାପଣ୍ଡାଙ୍କୁ ହୋମ କରିବା ପାଇଁ ଡାକିବେ। ବଲ୍ଲଭ ଭୋଗ ଠା ହେଲେ ପୂଜା ପାଇଁ ପୂଜାପଣ୍ଡାଙ୍କୁ ଡାକିବେ। ମୁରୁଜ ପଡି ସାରିଲେ ପ୍ରତିହାରୀ ସାଙ୍ଗରେ ଭୋଗ ଡାକିବାକୁ ରୋଷକୁ ଯିବେ। ଭୋଗ ଆସିଲା ବେଳେ ଆଗରେ ରହି ଲୋକ ଆଡେଇବେ। ମହାପ୍ରଭୁଙ୍କ ଆଡ଼ ଥାଳି ବେହେରା ପନ୍ତିବଡୁ ସଙ୍ଗେ ନେଇ ବିମଳା ମନ୍ଦିରକୁ ଯିବେ। ଖେଇ ଦେଇ ମୁକ୍ତିମଣ୍ଡପକୁ ରାଜାଙ୍କୁ ନେଇ ଆଶୀର୍ବାଦ କରାଇବେ। ସମସ୍ତ ଧୂପ ପୂଜାରେ ପୂଜାପଣ୍ଡାଙ୍କୁ ଭୋଗ ଲଗାଇବା ପାଇଁ ଡାକିବା ଏହି ସେବକଙ୍କ ଏକ ମୂଖ୍ୟ କାମ। ବାହାର ଦେଉଳି ଭୋଗ ପାଇଁ ମଧ୍ୟ ପୂଜାପଣ୍ଡାଙ୍କୁ ଡାକିବେ। ଘଣ୍ଟ, ଛତା, ଭୋଗମାନଙ୍କରେ ତଳିଛଙ୍କ ସହ ହାତ ପଇଠ ହୋଇ ଆଗରେ ଆସିବେ। ଶାରଦୀୟ ପୂଜା ବଳି ସମୟରେ ସିନ୍ଦୁର, ମନ୍ଦାର ମାଳ ନେଇ କଟାୟତ ଗଳାରେ ଦେବେ ଓ ପୂଜା ହୋଇଥିବା ଖଡଗ ଆଣି କଟାଏତ ହାତରେ ଦେବେ। ମହାସ୍ନାନ ହେଲେ ଗନ୍ଧଣ ମେକାପଠାରୁ ଆବଶ୍ୟକ ଜିନିଷ ଆଣି ସୁଧ ସୁଆରଙ୍କୁ ଦେବେ। ଏଭଳି ଭାବରେ ସମସ୍ତ ପ୍ରଧାନ କାର୍ଯ୍ୟରେ ସହଯୋଗ କରୁଥିବା ପ୍ରଧାନି ସେବକଙ୍କ ସେବା ବଂଶାନୁକ୍ରମିକ ଅଟେ। ଆଗାମୀ ଅଧ୍ୟlୟରେ ଆହୁରି ଅନେକ ସେବକଙ୍କ ବିଷୟରେ ଆଲୋଚନା ଜାରି ରହିବ। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।

ବ୍ରlହ୍ମଣ କୂଳ ଧର୍ମ ଯେତେ
ଶୁଣ କହିବା ତୋ ଅଗ୍ରତେ ।
ବେଦାଧ୍ୟ୍ୟୟନ ଅଧ୍ୟାପନା
ଗ୍ରହଣ ଯଜନ ଯାଜନ ।
ଦାନ ହିଁ ଦେଉଥିବ ନିତ୍ୟେ
ଲୋଭ ନକରି କଦାଚିତେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.