Latest Odisha News

ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ୭୧% ଆକ୍ରାନ୍ତ: ସିଏମ୍‌ସି କମିଶନର

କଟକ: କଟକରେ କରୋନାର ତାଜା ସ୍ଥିତି ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ୩୭୩ କୋଭିଡ଼ କେୟାର ହୋମ୍ କରାଯାଇଛି । ଆଗକୁ ଅଧିକ କରୋନା ପରୀକ୍ଷା କରାଯିବ । ନରସିଂହପୁର, ମାହାଙ୍ଗାରୁ ବେଶି ପ୍ରବାସୀ ଆସିଥିଲେ । କୋଭିଡ଼ କେୟାର ସେଂଟରରେ ଯଥେଷ୍ଟ ବ୍ୟବସ୍ଥା କରାଯାଇଛି । ଲକ୍ ଡ଼ାଉନ ସମୟରେ ଘରକୁ ଘର ଯାଇ ଟେଷ୍ଟି  କରାଯିବ । ଆବଶ୍ୟକ ପଡ଼ିଲେ ଆହୁରି କୋଭିଡ଼ କେୟାର ସେଂଟର କରାଯିବ।

ଆଜି କଟକରେ ୫୭ ଜଣ ପଜିଟିଭ ଚିହ୍ନଟ ହୋଇଛି । ୭୧ ପ୍ରତିଶତ ପଜିଟିଭ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । କଟକରେ ଥିବା ଜଏଂଟ ଫ୍ୟାମିଲି ଅଧିକ ସର୍ତକ ହେବା ଜରୁରୀ । ବର୍ତମାନ ଆଂଟିଜେନ ପରୀକ୍ଷା ଆରମ୍ଭ କରାଯାଇଛି । କଟକରେ ୩ଟି ସ୍ଥାନ କଂଟେନମେଂଟ ଜୋନରେ ଅଛି ।

କଂଟେନମେଂଟ ଜୋନ ପୂର୍ବରୁ ସମ୍ପୃର୍ଣ୍ଣରୁପେ ତର୍ଜମା କରାଯାଉଛି । ରାହସପାଟଣା, ଖଟବିନ୍ ସାହି, ଶଙ୍କରପୁର କଂଟେନମେଂଟ ଜୋନରେ ଅଛି। କଂଟେନମେଂଟ ଜୋନରେ ଥିବା ଅଂଚଳବାସୀ ନିଜ ଘରେ ରହିବା ଜରୁରୀ । ଚଳିତ ସପ୍ତାହରୁ ଆଂଟିଜେନ ଟେଷ୍ଟ କରାଯିବ । ହୋମ ଆଇସୋଲେସନକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଅନ୍ୟ କିଛି ରୋଗ ଥିଲେ ହୋମ ଆଇସୋଲେସନ ପାଇଁ ମନା କରାଯାଉଛି ।

Leave A Reply

Your email address will not be published.