Latest Odisha News

BREAKING NEWS

ଦୁଇ ଜଣଙ୍କୁ ଟାଣି ନେଲା କୁମ୍ଭୀର: ଜଣେ ଉଦ୍ଧାର, ଜଣେ ନିଖୋଜ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ଆଳି ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ । ନଦୀରେ ଗାଧୋଉଥିବା ବେଳେ ଏକା ସଙ୍ଗେ ଦୁଇ ଜଣଙ୍କୁ ଟାଣିନେଲା କୁମ୍ଭୀର । ଏଭଳି ଅଭାବନୀୟ ଘଟଣା ଘଟିଛି ବରୁଣା ପଞ୍ଚାୟତ ପାରି ମୁକୁନ୍ଦପୁର ଗାଁରେ । ସୂଚନାଯୋଗ୍ୟ ଯେ, ଖରସ୍ରୋତା ନଦୀରେ ୧୬ବର୍ଷର ବାଳକ ରୁଦ୍ର ନାରାୟଣ ବେହେରାଙ୍କୁ କୁମ୍ଭୀର ଟାଣି ନେଇଥିବା ବେଳେ ୩୦ ବର୍ଷର ଯୁବକ ଲିପନ ବେହେରାଙ୍କୁ ଉଦ୍ଧାର କରାଯାଇଛି । ଆହତ ଲିପନ ବେହେରାଙ୍କୁ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ରୁଦ୍ର ନାରାୟଣଙ୍କୁ ଉଦ୍ଧାର ପାଇଁ ଦମକଳ ବାହିନୀର କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି ।

Leave A Reply

Your email address will not be published.