Latest Odisha News

BREAKING NEWS

କଟକ ଖଟବିନ୍ ସାହିର ବରି ଲେନ୍ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କଟକ: ସହରରେ ପୁଣି ଏକ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ଖଟବିନ ସାହିର ବରି ଲେନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି କଟକ ମହାନଗର ନିଗମ । ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

କଣ୍ଟେନମେଣ୍ଟ ଜୋନ ଘୋଷିତ ଅଞ୍ଚଳର ଲୋକଙ୍କ ଯାଆସ ଉପରେ ଲାଗିଛି କଟକଣା । କେହି ବାହାରକୁ ଯାଇ ପାରିବେ ନାହିଁ କି ବାହାର ଲୋକ ଭିତରେ ପ୍ରବେଶ କରିବା ମନା । ପ୍ରଶାସନ ସେମାନଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବ । କଣ୍ଟେନମେଣ୍ଟ ଜୋନା ଭିତରେ ଥିବା ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ ।

Comments are closed.