Latest Odisha News

BREAKING NEWS

ନାବାଳିକାଙ୍କ ମୃତ୍ୟୁ ପରେ ନିଦ ଭାଙ୍ଗିଲା ସିଏମସିର, ନିର୍ମାଣସ୍ଥଳରେ ସୂଚନା ଫଳକ ଲଗାଇବାକୁ ନିର୍ଦ୍ଦେଶ

କଟକ: ନିଦ ଭାଙ୍ଗିଲା ସିଏମସିର। ନାବାଳିକାଙ୍କର ମୃତ୍ୟୁ ପରେ ଆଖି ଖୋଲିଛି କଟକ ମହନଗର ନିଗମ ଏବଂ ମେୟର ସୁବାସ ସିଂଙ୍କର। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆକ୍ରୋଶ ବୃଦ୍ଧି ପାଉଥିବା ଦେଖି ମେୟର ସୁବାସ ସିଂହ ତତ୍ପରତା ପ୍ରକାଶ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ପ୍ରୟାସ କରିବା ସହିତ ନିର୍ମାଣ ସ୍ଥଳ ନିକଟରେ ଜାଇକାକୁ ସୂଚନା ଫଳକ ଲଗାଇବା ପାଇଁ ମେୟର ସୁବାସ ସିଂହ ନିର୍ଦ୍ଦେଶ ଜାରି କରିଛନ୍ତି।

ଏହାବ୍ୟତୀତ ନିର୍ମାଣ ଅଞ୍ଚଳ ଚାରିପାଖରେ ବ୍ୟାରିକେଡ୍ ଲଗାଇବା ପାଇଁ ସିଏସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନୂଆ ପଦକ୍ଷେପ ମଧ୍ୟରେ ଉନ୍ନତ ନିୟନ୍ତ୍ରଣ ଏବଂ ସୁରକ୍ଷା ପ୍ରୋଟୋକଲକୁ ସୁନିଶ୍ଚିତ କରିବା ପାଇଁ ଏହି ସ୍ଥାନଗୁଡ଼ିକର ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ।

ଏହି ଦୁର୍ଘଟଣାକୁ ନେଇ ମେୟର ସୁବାସ ସିଂହ ଗଭୀର ଉଦବେଗ ପ୍ରକାଶ କରିବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଘଟଣାର ଅଧିକ ତଦନ୍ତ ଓ ଭବିଷ୍ୟତରେ ଏଭଳି ଦୁର୍ଘଟଣାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ, ପୁଲିସ, ଜାଇକା ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରାଯିବାକୁ ସ୍ଥିର ହୋଇଛି।

ଉଲ୍ଲେଖଯୋଗ୍ୟ, କଟକ କେଶରପୁର-ଗମଣ୍ଡିଆ ଅଞ୍ଚଳରେ ଥିବା ବାତ୍ୟା ଜଳ ନିଷ୍କାସନ ନାଳ ଉପରେ ଥିବା ବଡ଼ ବଡ଼ ପାଇପ୍ ଓ ଏକ ପଥୁରିଆ କଂକ୍ରିଟ ଢାଞ୍ଚା ତଳେ ଯୁବତୀ ଏମ୍ ମୋହିନୀ ଫସି ଯିବାରୁ ଏଭଳି ଅଘଟଣ ଘଟିଥିଲା। ପରେ ସିଏମସି ଏଭଳି ତତ୍ପରତା ପ୍ରକାଶ କରିଛି।

Leave A Reply

Your email address will not be published.