କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ଖାଦ୍ୟର ମାନ ଯାଞ୍ଚ କଲେ ସିଏମସି ମେୟର ସୁବାସ ସିଂ
ରବିବାର ଆହର କେନ୍ଦ୍ର ଖୋଲିବା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି ସୁବାସ ସିଂ
କଟକ : ଖାଦ୍ୟର ମାନ ଯାଞ୍ଚ କଲେ କଟକ ମେୟର ସୁବାସ ସିଂ । କଟକ ଶିଶୁ ଭବନ ଆହାର କେନ୍ଦ୍ରରେ ଆହାର ଖାଦ୍ୟର ମାନ ଯାଞ୍ଚ କଲେ ସିଏମସି ମେୟର ସୁବାସ ସିଂ । ନିଜ ସେ ଆହର କେନ୍ଦ୍ରରେ ବସି ଖାଇଛନ୍ତି । ପୂର୍ବ ଭାରତର ସର୍ବ ବୃହତ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ସର୍ଦାର ବଲ୍ଲଭ ଭାଇ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ।
ସାରା ରାଜ୍ୟର ଓଡିଶାର ଶିଶୁ ରୋଗୀଙ୍କ ସମେତ ଅନ୍ୟ ରାଜ୍ୟର ଶିଶୁମାନେ ଆସି ଚିକିତ୍ସା ମଧ୍ୟ ହୁଅନ୍ତି ।ଆହାର କେନ୍ଦ୍ର ଏହି ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଏକମାତ୍ର ମାଧ୍ୟମ ପାଲଟିଛି ।ହେଲେ ରବିବାର ଦିନ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ଲୋକେ ସମସ୍ୟା ଭୋଗୁଛନ୍ତି ।
ଏହି ସବୁ ବିଷୟରେ ସୁବାସ ସିଂ ଆଲୋଚନା କରିଥିଲେ । ରବିବାର ଆହର କେନ୍ଦ୍ର ଖୋଲିବା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି ସୁବାସ ସିଂ । ରାଜ୍ୟରେ ୧୫୮ଟି ଆହର କେନ୍ଦ୍ର ଥିବା ବେଳେ ଦୈନିକ ଦେଢ ଲକ୍ଷରୁ ଅଧିକ ଲୋକ ଏହି ଆହାର କେନ୍ଦ୍ର ଦ୍ୱାରା ଉପକୃତ ହେଉଛନ୍ତି ।
Comments are closed.