Latest Odisha News

BREAKING NEWS

ଭୁବନେଶ୍ୱର ଦୟାଲ ଆଶ୍ରମରେ ଡେମୋ ଦେଖାଇ କାନ୍ଦି ପକାଇଲେ ଶର୍ମିଷ୍ଠା

କ୍ରାଇମବ୍ରାଞ୍ଚ ଟିମ୍ ଶର୍ମିଷ୍ଠାଙ୍କ ସହ ରହି ଡେମୋ ଦେଖିଥିଲେ

 ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲା । ଆଜି  ଭୁବନେଶ୍ୱର ଦୟାଲ ଆଶ୍ରମରେ ପହଁଞ୍ଚି ଡେମୋ ଦେଖାଇଛି ଶର୍ମିଷ୍ଠା । ଆଶ୍ରମରେ ପହଁଞ୍ଚି କିଭଳି ଭାବେ ମାନସ ସ୍ୱାଇଁ କୁ ହତ୍ୟା କରିଥିଲା ତାର ସିନ୍ ରିକ୍ରିଏସନ କରିଛି ଶର୍ମିଷ୍ଠା । ଏହି ସମୟରେ ପୁର। କ୍ରାଇମବ୍ରାଞ୍ଚ ଟିମ୍ ଶର୍ମିଷ୍ଠାଙ୍କ ସହ ରହି ଡେମୋ ଦେଖିଥିଲେ ।ଏହି ସମୟରେ ଶର୍ମିଷ୍ଠା କାନ୍ଦି ପକାଇଥିଲେ।

ଶର୍ମିଷ୍ଠା ଆଶ୍ରମ ବାହାରକୁ ଯିବା ସମୟରେ ଆଶ୍ରମ ବାହାରେ ବହୁ ଜନ ଗହଳି ପରୀଲକ୍ଷିତ ହୋଇଥିଲା । ପରେ ଶର୍ମିଷ୍ଠାଙ୍କୁ ନୟାଗଡ ଅଭିମୁଖେ ନିଆଯିବ ବୋଲି ଜଣାପଡିଛି । ମାନସ ହତ୍ୟାକାଣ୍ଡ ମାମଲାରେ ଶର୍ମିଷ୍ଠା କ୍ରାଇମବ୍ରାଞ୍ଚ ଆଗରେ ଆସ୍ତେ ଆସ୍ତେ ସବୁ ସତ ଓଗାଳୁଛି ।

Leave A Reply

Your email address will not be published.