କଟକ: ସରକାରୀ ସ୍ତରରେ ତେଲ ସମସ୍ୟାକୁ ଏଡ଼ାଇବା ପାଇଁ ପଦକ୍ଷେପ ନେବା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ତୈଳ ସଙ୍କଟକୁ ନେଇ କଟକ ମହାନଗର ନିଗମ ବଡ଼ ନିଷ୍ପତ୍ତି ନେଇଛି ।
ଏଣିକି ପ୍ରତି ସୋମବାର ସିଏମସି କର୍ମଚାରୀମାନେ ସରକାରୀ ଗାଡ଼ି ବ୍ୟବହାର କରିବେ ନାହିଁ । ଏହାଛଡା ରବିବାର ଓ ଛୁଟି ଦିନରେ ମଧ୍ୟ କେହି ସରକାରୀ ଗାଡ଼ି ବ୍ୟବହାର କରିବେ ନାହିଁ ବୋଲି କହିଛନ୍ତି ସିଏମସି ମେୟର ।
ସିଏମସି ସ୍ଥାୟୀ ଭାବେ ୨୦ ପ୍ରତିଶତ ଗାଡ଼ି କମାଇବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛି। ଏହା ସହ ଆଗକୁ ସିଏମସି ସବୁ ପେଟ୍ରୋଲ, ଡିଜେଲ ଗାଡ଼ିକୁ ହଟାଇ ଇଲେକ୍ଟ୍ରିକ୍ ଓ ବ୍ୟାଟେରୀ ଗାଡ଼ି କିଣାଯିବ।
ମେୟର ସୂଚନା ଦେଇଛନ୍ତି ଯେ,ଆସନ୍ତା ଜୁନ୍ ମାସରୁ ସିଏମସି କର୍ତ୍ତୃପକ୍ଷ ଇଲେକ୍ଟ୍ରିକ ଗାଡ଼ି ପାଇଁ ଟେଣ୍ଡର ଆହ୍ୱାନ କରିବ ।