Latest Odisha News

ଫୁଡ୍ ଷ୍ଟଲରେ ସିଏମସିର ଚଢ଼ାଉ

କଟକ: କଟକ ରାଣୀହାଟ ଛକର ରାସ୍ତାକଡ଼ରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲରେ ଚଢାଉ କରିଛି ସିଏମସି। ରାସ୍ତାକଡ଼ରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲକୁ ଯାଇ ଖାଦ୍ୟମାନ ଯାଞ୍ଚ କରିଛି ସିଏମସି। ରାଣୀହାଟ, କଲେଜ ଛକ, ଯୋବ୍ରା ତାଳଦଣ୍ଡା ପାର୍ଶ୍ୱରେ ଥିବା ଶତାଧିକ ଚାଟ୍ ଦୋକାନ, ଗୁପଚୁପ, ମୋମୋ ଓ ବରା ପିଆଜି ଦୋକାନ ଗୁଡ଼ିକର ଯାଞ୍ଚ କରିଛି ସିଏମସି।

ଏହି ଯାଞ୍ଚରେ ସାମିଲ ହୋଇଛନ୍ତି କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ସମେତ ଅନ୍ୟ ଅଫିସର୍। ବିଭିନ୍ନ ଫୁଡ୍ ଷ୍ଟଲକୁ ମିଳିଥିବା ବାସି ଓ ରଙ୍ଗ ମିଶା ଖାଦ୍ୟ ସାମଗ୍ରୀକୁ ନଷ୍ଟ କରାଯାଇଛି। ଲାଇସେନ୍ସ ଚେକ୍ କରିବା ସହ ବିଭିନ୍ନ ଦୋକାନରୁ ଫାଇନ ମଧ୍ୟ ଆଦାୟ କରିଛି ଏହି ଟିମ୍।

ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ଲୋକେ ରାସ୍ତାକଡରେ ଥିବା ଫୁଡ ଷ୍ଟୋଲ ଖାଦ୍ୟ ଅଧିକ ଖାଆନ୍ତି। ତେବେ ଏହି ଖାଦ୍ୟର ମାନ ଯାଞ୍ଚ କରିବାକୁ ବାହାରିଛି ସିଏମସି। ଅପମିଶ୍ରିତ ଖାଦ୍ୟ ବିକ୍ରି ରୋକିବାକୁ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଛି। ଆଗକୁ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ ବୋଲି କୁହାଯାଇଛି।

Comments are closed.