Latest Odisha News

BREAKING NEWS

ବିଏସକେୱାଇରେ ଅନିୟମିତତା, ଘରୋଇ ହସ୍ପିଟାଲ୍ ସିଲ୍ କଲା ସିଏମସି

କଟକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ଅନିୟମିତତା ଅଭିଯୋଗରେ କଟକର ଏକ ଘରୋଇ ହସ୍ପିଟାଲର ମାଲିକ ଓ ମ୍ୟାନେଜର ଗିରଫ ପରେ ସିଏମସି ହସ୍ପିଟାଲକୁ ସିଲ୍ କରିଛି । ଶନିବାର ଉକ୍ତ ଘରୋଇ ହସ୍ପିଟାଲକୁ ସିଲ୍ କରିଛି ସିଏମସି ।

ସୂଚନା ଅନୁସାରେ, କଟକ ନୂଆପଡ଼ାରେ ଥିବା ଜେଏମ୍ କେୟାର ହସ୍ପିଟାଲରେ ସିଏମସି ଅଧିକାରୀ ଓ ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ହସ୍ପିଟାଲ୍ କର୍ତ୍ତୃପକ୍ଷ ଆବଶ୍ୟକ କାଗଜପତ୍ର ଦେଖାଇ ନ ପାରିବାରୁ ସିଏମସି ସିଲ୍ କରିଥିବା ଜଣାପଡ଼ିଛି ।

୩ ଦିନ ମଧ୍ୟରେ ସମସ୍ତ କାଗଜପତ୍ର ଦାଖଲ କରିବାକୁ ହସ୍ପିଟାଲକୁ କୁହାଯାଇଛି । ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି, ଆମେ ଜେଏମ୍ କେୟାର ହସ୍ପିଟାଲକୁ ଟ୍ରେଡ୍ ଲାଇସେନ୍ସ, ଲ୍ୟାଣ୍ଡ ଏନଓସି, ପଞ୍ଜିକରଣ, ବିଲ୍ଡିଂ ପ୍ଲାନ୍, ହୋଲ୍ଡିଂ ଟାକ୍ସ ଓ ଏଗ୍ରିମେଣ୍ଟ କାଗଜପତ୍ର ସୋମବାର ସୁଦ୍ଧା ଦେବାକୁ କହିଛୁ ।

ମାର୍ଚ୍ଚ ୭ ତାରିଖରେ ଭୁବନେଶ୍ୱରର ପ୍ରସନ୍ନ କୁମାର ପାତ୍ର କଟକ ମଧୁପାଟଣା ଥାନାରେ ହସ୍ପିଟାଲର ଡାକ୍ତରଙ୍କ ଅବହେଳାରୁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ନେଇ ଅଭିଯୋଗ କରିଥିଲେ । ତଦନ୍ତ ବେଳେ ଜଣା ପଡ଼ିଥିଲା ଉକ୍ତ ହସ୍ପିଟାଲ୍ ବିଏସକେୱାଇ ସହ ଅନୁବନ୍ଧିତ ନୁହେଁ । କିନ୍ତୁ ସତ୍ୟବ୍ରତଙ୍କ ସ୍ତ୍ରୀଙ୍କ ଚିକିତ୍ସା ପତ୍ରରେ ହସ୍ପିଟାଲ୍ ବିଏସକେୱାଇ ଅନୁବନ୍ଧିତ ଥିବା ଉଲ୍ଲେଖ ରହିଥିଲା ।

Leave A Reply

Your email address will not be published.