Latest Odisha News

BREAKING NEWS

ଯୁବକଙ୍କୁ ଗିଳିଦେଲା କୁମ୍ଭୀର : ପାଟି ପଟେ ହାତ ହଲାଇ ସାହାଯ୍ୟ ମାଗିଲେ, ଲୋକେ ଦେଖି ଭୟଭୀତ

କୁମ୍ଭୀର କେତେ ଭୟଙ୍କର ତାହା କିଏ ବା ନ ଜାଣେ । ଏବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଯୁବକଙ୍କୁ କୁମ୍ଭୀର ଗିଳି ଦେଇଛି ଓ ସେ ହାତ ଠାରି ଉଦ୍ଧାର କରିବାକୁ ସାହାଯ୍ୟ ମାଗୁଛନ୍ତି । ଏହି ଭିଡ଼ିଓକୁ ଦେଖି ଲୋଲେ ବି ଭୟଭୀତ ହୋଇଯାଇଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ କୁମ୍ଭୀର ଜଣେ ଯୁବକଙ୍କୁ ଗିଳି ଦେଇ ଶୋଇ ରହିଛି । ହଠାତ୍ ଯୁବକ ଜଣକ କୁମ୍ଭୀର ପାଟିରୁ ହାତ ବାହାର କରି ସାହାଯ୍ୟ ମାଗୁଥିବାର ନଜର ଆସିଛନ୍ତି । ଆଉ ଜଣେ ବ୍ୟକ୍ତି କୁମ୍ଭୀରର ଲାଞ୍ଜକୁ ଜୋର କରି ଟାଣି ଧରି ବସିଛନ୍ତି । ଏହି ସମୟରେ ଯୁବକଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟ ଜଣେ ଆସି କୁମ୍ଭୀର ପାଟିରୁ ହାତ ଧରି ଟାଣି ବାହାର କରୁଛନ୍ତି । ଏହି ଭିଡ଼ିଓକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବାସ୍ତବରେ ଏହା ଅସଲି କୁମ୍ଭୀର ନ ଥିଲା । ଏହା ରୋବଟ କୁମ୍ଭୀର ଥିଲା ।
ଏହି ଭିଡ଼ିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ରଖିଥିଲେ । କେହି କେହି ଯୁବକଙ୍କ ପାଗଳାମୀ ବୋଲି କହୁଥିବା ବେଳେ ଆଉ କିଛି ଭିଡ଼ିଓ ଦେଖିବା ପୂର୍ବରୁ କ୍ୟାପସନ ପଢିବା ଉଚିତ୍ ବୋଲି କହିଛନ୍ତି । ଯେଉଁଥିରେ ଏହା ‘ରୋବଟ୍ କୁମ୍ଭୀର’ ଲେଖାଯାଇଥିଲା ।

Leave A Reply

Your email address will not be published.