Latest Odisha News

BREAKING NEWS

ମାଓବାଦୀ ବିରୋଧରେ ବଡ଼ ଆକ୍ସନ ପ୍ଲାନ: ଓଡ଼ିଶା ସମେତ ୮ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ‌/ଭୁବନେଶ୍ୱର: ଦେଶରେ ବାମପନ୍ଥୀ ଉଗ୍ରବାଦ (ମାଓ-ନକ୍ସଲବାଦ) ମୁକାବିଲା ରଣନୀତି ପାଇଁ ଆଜି ଦିଲ୍ଲୀରେ ବସୁଛି ମାଓ-ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ। ଏହି ବୈଠକରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବୈଠକରେ ସାମିଲ ହେବା ପାଇଁ ଗତକାଲି (ରବିବାର)ଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ।

କେନ୍ଦ୍ରରେ ତୃୀତୟ ଥର ବିଜେପି ସରକାର ଗଠନ କରିବା ପରେ ଏହା ପ୍ରଥମ ବୈଠକ। ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କ ଏହା ପ୍ରଥମ କେନ୍ଦ୍ର-ରାଜ୍ୟ ମିଳିତ ମାଓ-ମୁକାବିଲା ବୈଠକ। ୨୦୧୦ ତୁଳନାରେ ଦେଶରେ ବାମପନ୍ଥୀ ଉଗ୍ରବାଦ ହ୍ରାସ ପାଇଛି। ୨୦୨୩ରେ ବାମପନ୍ଥୀ ଉଗ୍ରବାଦଜନିତ ହିଂସା ଘଟଣା ୭୨ ପ୍ରତିଶତ ହ୍ରାସ ପାଇଥିବାବେଳେ ମୃତ୍ଯୁସଂଖ୍ଯା ୮୬ ପ୍ରତିଶତ ହ୍ରାସ ପାଇଛି। ନକ୍ସଲଙ୍କ ଲଢେଇ ଶେଷ ଅବସ୍ଥାରେ ପହଞ୍ଚିଥିବା କୁହାଯାଇଛି।

ଏଥିରେ ଜାତୀୟ ନିରାପତ୍ତା ଉପପରାମର୍ଶଦାତାଙ୍କ ସମେତ କେନ୍ଦ୍ର, ରାଜ୍ଯ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ବା ସିଏପିଏଫର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ। ଗୃହ ମନ୍ତ୍ରଣାଳୟର ସୂଚନା ଅନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥିରେ ଅଧ୍ୟକ୍ଷତା କରିବେ । ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ । ଏମାନଙ୍କ ସହ ମାଓ ଦମନ ଓ ଭିତ୍ତିଭୂମି ସହ ସମ୍ପର୍କିତ ୫ଟି ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ, ଜାତୀୟ ସୁରକ୍ଷା ଉପମୁଖ୍ୟ ପରାମର୍ଶଦାତା, କେନ୍ଦ୍ରୀୟ ପାରା ମିଲିଟାରୀ ଫୋର୍ସ (CAPFs)ର ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହେବେ। ଦେଶରେ ବର୍ତ୍ତମାନ ନକ୍ସଲ ହିଂସାର ସ୍ଥିତି ଓ ପ୍ରଭାବିତ ତଥା ନକ୍ସଲ ଗତିବିଧି ଥିବା ଅଞ୍ଚଳରେ ଭିତ୍ତିଭୂମିର ବିକାଶ ଓ ମୁକାବିଲା ନେଇ ଆଗାମୀ ଆକ୍ସନପ୍ଲାନ ସମ୍ପର୍କରେ ଆଲୋଚନା କରାଯିବ ।

Leave A Reply

Your email address will not be published.