Latest Odisha News

BREAKING NEWS

Co-operative Society Secretary Arrest: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ସମବାୟ ସମିତି ସମ୍ପାଦକ

କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ ଫସିଲେ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍‌ ମହୁ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଧୀରେନ୍ଦ୍ର ମହାନ୍ତି । ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ମହୁ ସମବାୟ ସମିତିରୁ ଖରିଫ୍‌ ଋଣ କରାଇଦେବା ପାଇଁ ଜଣେ ଚାଷୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ (vigilance) ତାଙ୍କୁ ମାଡି ବସିଥିଲା ।

ତେବେ ମହୁ ସମବାୟ ସମିତିର ଚାଷୀ ବିରେନ୍ଦ୍ର ନାଥଙ୍କୁ ଦେଢ଼ଲକ୍ଷ ଟଙ୍କା ଋଣ କରାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ଧୀରେନ୍ଦ୍ରଙ୍କ ସାହୁପଡା ସ୍ଥିତ ବାସଭବନ ଓ ପିଏସିଏସ ଉପରେ ଚଢାଉ ଜାରି ରଖିଛି ।

Comments are closed.