Latest Odisha News

କ୍ରୀଡା ମହାକୁମ୍ଭରେ ପ୍ରେମ ନିବେଦନ

ଟୋକିଓ: କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସରେ ଆର୍ଜେଂଟିନାର ଅସୀଚାଳକ ମାରିୟା ବେଲେନଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି ତାଙ୍କ କୋଚ ଲୁକାସ ସୋସେଡୋ । ପ୍ରଥମ ରାଉଣ୍ଡରେ ହାରିବା ପରେ ମାରିୟା ମନଦୁଃଖରେ ଛିଡା ହୋଇଥିବା ବେଳେ କୋଚ ଏକ କାଗଜ ଧରି ତାଙ୍କ ପାଖରେ ଅଣ୍ଠେଇ ବସିଥିଲେ । ସେଥିରେ ଲେଖା ହୋଇଥିଲା ତୁମେ ମୋତେ ବିବାହ କରିବ ? ଲୁକାସ କହିଲେ ସମସ୍ତେ ଦେଖୁଛନ୍ତି ସଙ୍ଗେ ସଙ୍ଗେ ହଁ କରିଦିଅ । ମାରିୟା ଏହାକୁ ସ୍ୱୀକାର କରି ନେଇଥିଲେ । ଉଭୟ ୧୭ ବର୍ଷ ଧରି ରିଲେଶନସିପରେ ଅଛନ୍ତି ।

୨୦୧୦ରେ ୱାର୍ଲ୍ଡ ଚାମ୍ପିୟନଶିପ ଅବସରରେ ଲୁକାସ ପ୍ରପୋଜ କରିଥିଲେ, କିନ୍ତୁ ସେ ସମୟରେ ଏହାକୁ ମାରିୟା ହସରେ ଉଡାଇ ଦେଇଥିଲେ । ଆର୍ଜେଂଟିନା ଯିବା ପରେ ପାର୍ଟି କରିବୁ ବୋଲି ସେମାନେ କହିଛନ୍ତି । ପୂର୍ବରୁ ଫୁଟବଲ ମ୍ୟାଚ ଅବସରରେ ଜର୍ମାନୀ ଫରୱାର୍ଡ ମ୍ୟାକ୍ସ କ୍ରୁସେ ଗାର୍ଲଫ୍ରେଣ୍ଡକୁ କ୍ୟାମେରା ସାମ୍ନାରେ ପ୍ରପୋଜ କରିଥିଲେ ।

Leave A Reply

Your email address will not be published.