Latest Odisha News

BREAKING NEWS

ନୂଆବର୍ଷରେ ପିକନିକ୍ କରିବାକୁ ଚାହୁଁଛନ୍ତି କି; ଯାଆନ୍ତୁ ଓଡିଶାର ଏହିସବୁ ସ୍ଥାନ…

ଭୁବନେଶ୍ୱର : ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି ।

ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ ବାହାରି ପଡନ୍ତି ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀକୁ।

ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର ମନୋରମ ଦୃଶ୍ୟ ଦେଖିଲେ ମନ୍ତ୍ରମୁଗ୍ଧ ହୋଇଯିବେ ।

ସପ୍ତଶଯ୍ୟା: ଢେଙ୍କାନାଳ ସହରଠାରୁ ପାଖାପାଖି ୧୧ କିମି. ଦୂରରେ ଅବସ୍ଥିତ ରହିଛି ସପ୍ତଶଯ୍ୟା ପାହାଡ । ଅତ୍ୟନ୍ତ ପ୍ରାକୃତିକ ପରିବେଶରେ ଭରପୂର ଏହି ପାହାଡର ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ବିମୁଗ୍ଧ କରିଥାନ୍ତି । ପାହାଡ ଶିଖରରେ ରହିଛି ସପ୍ତଋଷି ମନ୍ଦିର ଓ ରଘୁନାଥ ମନ୍ଦିର । ଯାହାକୁ ଦେଖିବା ପାଇଁ ଦୂରଦୂରାନ୍ତର ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ ।

ତପ୍ତପାଣି: ଓଡିଶାର ଗଞ୍ଜାମ ଜିଲ୍ଲାରେ ରହିଥିବା ତପ୍ତପାଣି ଉଭୟ ଭ୍ରମଣ ଓ ବଣଭୋଜି ପାଇଁ ପର୍ଯ୍ୟଟକଙ୍କୁ ନିଆରି ଅନୁଭୂତି ଦେଇଥାଏ । ଖାସକରି ଏଠାରେ ଶୀତଦିନେ ପର୍ଯ୍ୟଟକମାନେ ଗରମ ପାଣିରେ ଗାଧୋଇବାର ମଜା ଉଠାଇଥାନ୍ତି ।

ଦାରିଙ୍ଗବାଡି- କନ୍ଧମାଳ ସ୍ଥିତ ଦାରିଙ୍ଗବାଡିକୁ ‘ଓଡିଶାର କାଶ୍ମୀର’ ମଧ୍ୟ କୁହାଯାଏ । ଏହା ଓଡିଶାର ଏଭଳି ଏକମାତ୍ର ସ୍ଥାନ, ଯେଉଁଠାରେ ବରଫପାତ ହୁଏ । ଶୀତଦିନରେ ଏଠାରେ ପର୍ଯ୍ୟଟକମାନେ ବରଫପାତ ଦେଖିବାର ମଜା ଉଠାଇପାରିବେ । ଭୁବନେଶ୍ୱରରୁ ଏହାର ଦୂରତା ପ୍ରାୟ ୨୫୦ କିମି. ହେବ । ଝାଉଁ ବଣ, କଫି ଓ ହଳଦୀ ବଗିଚା ଏବଂ ସମଲେଶ୍ୱରୀ ମନ୍ଦିର ଦାରିଙ୍ଗିବାଡିର ଅନ୍ୟତମ ଆକର୍ଷଣୀୟ ସ୍ଥାନ ।

ଜିରାଙ୍ଗ ଓ ଖସଡା: ଓଡିଶା ଭିତରେ ନେପାଳର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇବାକୁ ଚାହୁଁଥିଲେ, ଚଳିତ ଥର ପିକନିକ ଲାଗି ନିଶ୍ଚୟ ଯାଆନ୍ତୁ ଗଜପତି ଜିଲ୍ଲାରେ ଅବସ୍ଥିତ ଜିରାଙ୍ଗ ଓ ଖସଡାକୁ । ଏହି ୨ଟି ସ୍ଥାନ ନବବର୍ଷ ଲାଗି ସର୍ବଦା ଗହଳି ରହିଥାଏ । ଝରଣାରୁ କଳକଳ ନାଦ କରି ବହି ଆସୁଥିବା ପାଣି ଓ ଶାନ୍ତ ପରିବେଶର ଶୋଭାରାଜି ଉଭୟ ପର୍ଯ୍ୟଟକଙ୍କୁ କିମିଆ କରିଥାଏ ।

Leave A Reply

Your email address will not be published.