Latest Odisha News

BREAKING NEWS

ଗଜପତିରେ ପ୍ରବଳ ବର୍ଷା, ୫ଶହ ଲୋକଙ୍କୁ ସ୍ଥାନାନ୍ତର, ବିପଦରେ ଅଠରନଳା ପୋଲ

ଗଜପତି: ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଜିଲ୍ଲାରେ ରାତିତମାମ ବର୍ଷା ଜାରି ରହିଛି । ଯାହାଫଳରେ କି ମୋହନ ଅଠର ନଳା ପୋଲ ଏବେ ବିପଦରେ । ପୋଲଠାରୁ ମାତ୍ର ଏକ ଫୁଟ ତଳେ ପାଣି ପ୍ରବାହିତ ହେଉଛି । ତେଣୁ ପୋଲ ପ୍ରତି ବିପଦର ଆଶଙ୍କା ରହିଛି ।

ସେପଟେ ବର୍ଷାକୁ ଦୃଷ୍ଟିରେ ରଖି, ପାହାଡିଆ ଅଂଚଳରୁ ୫ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳିରେ ରଖାଯାଇଛି । ଲୋକଙ୍କୁ ସ୍ଥାନାନ୍ତର ପାଇଁ ପୂର୍ବରୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ବାତ୍ୟା ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଓ ସୁଖିଲା ଖାଦ୍ୟ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ସମସ୍ତ କେନ୍ଦ୍ରରେ କର୍ମଚାରୀଙ୍କୁ ନିୟୋଜିତ ରହିଛନ୍ତି । ଅଧିକ ବୃଷ୍ଟିପାତ ଯୋଗୁଁ ତଳିଆ ଅଂଚଳରେ ପାଣି ଜମିବା ସହ ଚାଷ ଜମି ପାଣି ଫସଲ ନଷ୍ଟ ହେବାର ଆଶଙ୍କା ରହିଛି ।

Leave A Reply

Your email address will not be published.