Latest Odisha News

BREAKING NEWS

ସୁକମା ଜିଲ୍ଲାରେ ନକ୍ସଲ ଆକ୍ରମଣ; ୧ କୋବ୍ରା ବାଟାଲିୟନ ଯବାନ ସହିଦ

ସୁକମା: ଛତିଶଗଡ ସୁକମା ଜିଲ୍ଲାର ପାଲୋଡିରେ କୋବ୍ରା ବାଟାଲିୟନଙ୍କ ଉପରେ ନକ୍ସଲମାନେ ଆକ୍ରମଣ କରିଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ୨୦୮ ବିଏନ କୋବ୍ରାର ୨ଜଣ ଯବାନ ଆହତ ହୋଇଥିଲେ । ଜଣେ ଗୁରୁତର ଆହତ ଯବାନଙ୍କୁ ଚିକିତ୍ସା ପାଇଁ ରାୟପୁର ନେବାବେଳେ ରାସ୍ତାରେ ସହିଦ ହୋଇଯାଇଛନ୍ତି ।

ସୂଚନା ମୁତାବକ, ନକ୍ସଲଙ୍କ ପିଏଲଜିଏ ବାଟାଲିୟନ-୧ର ଏହି ଅଂଚଳରେ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାର କାରଖାନା ଚାଲୁଥିଲା । ତିନି ଦିଗରୁ ପାହାଡ ଘେରି ହୋଇରହିଥିବା ଅଂଚଳରେ ନକ୍ସଲଙ୍କୁ ଟ୍ରେନିଙ୍ଗ ଦିଆଯାଉଥିଲା । ଏହାପୂର୍ବରୁ ଫେବୃଆରୀ ୧୦ ତାରିଖରେ ପଡୋଶୀ ଜିଲ୍ଲା ବୀଜାପୁରରେ ମଧ୍ୟ ନକ୍ସଲମାନେ ଆକ୍ରମଣ କରିଥିଲେ । ସେହି ଆକ୍ରମଣରେ ୨୦୮ ବିଏନ କୋବ୍ରାର ୩ ଯବାନ ସହିଦ ହୋଇଥିଲେ ।

Comments are closed.