Latest Odisha News

BREAKING NEWS

୪ ବର୍ଷର ଶିଶୁକୁ କାମୁଡିବା ପରେ ଛଟପଟ ହୋଇ ମରିଗଲା ବିଷାକ୍ତ ସାପ

ପାଟନା: ଗୋପାଳଗଂଜ ଅଂଚଳରେ ଏ ଭଳି ଏକ ଘଟଣା ଅଛି ଯାହା କି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଘଟଣାଟି ଏହିପରି ଏଠାରେ ମାଧୋପୁରର ରୋହିତ କୁମାରଙ୍କ ୪ ବର୍ଷର ପୁଅ ଘର ବାହାରେ ଖେଳୁଥିବା ବେଳେ ଗୋଟିଏ ବିଷାକ୍ତ ସାପ ଦଂଶନ କରିିଥିଲା । ପିଲାଟିର କିଛି କ୍ଷତି ହେବା ପରିବର୍ତେ ସାପଟି ଛଟପଟ ହୋଇ ମରିଗଲା । ଆଜିର ବିଜ୍ଞାନ ଯୁଗରେ ଏହା ବିଶ୍ୱାସ ନ ଲାଗିଲେ ମଧ୍ୟ ସତ୍ୟ । ଶିଶୁଟିକୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ଘୋଷଣା କରିଥିଲେ । ଶିଶୁଟିର ପରିବାରବର୍ଗ ମୃତ ସାପକୁ ମଧ୍ୟ ସାଙ୍ଗରେ ଡାକ୍ତରଖାନା ନେଇଥିଲେ ।

ସାପଟି କିପରି ମଲା ତାହା ସମ୍ପୂର୍ଣ୍ଣ ଅଂଚଳରେ ଚର୍ଚ୍ଚାର କାରଣ ସାଜିଛି । ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଏହି ଘଟଣା ନେଇ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ । ଛୋଟ ପିଲାଟିର ରକ୍ତ ପରୀକ୍ଷା କରାଯାଇଥିଲେ ମଧ୍ୟ ତାହା ସାଧାରଣ ବୋଲି ଜଣା ପଡିଥିଲା ।

Leave A Reply

Your email address will not be published.