Latest Odisha News

BREAKING NEWS

ମହାରାଷ୍ଟ୍ର ରାଜନୀତିରେ ହଟଚମଟ, ହୋଟେଲ ଆଗରେ ପ୍ରତିବାଦ କଲା ମମତାଙ୍କ ଟିଏମସି

ଗୌହାଟି: ମହାରାଷ୍ଟ୍ର ରାଜନୀତିରେ ହଟଚମଟକୁ ନେଇ ସାରା ଦେଶର ନଜର ରହିଥିବା ବେଳେ ପ୍ରତିବାଦ କରିଛି ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି । ଶିବସେନା ବିଧାୟକ ଏକନାଥ ସିନ୍ଦେ ଏବଂ ଅନ୍ୟ ବିଧାୟକ ଏବେ ଆସାମର ରାଜଧାନୀ ଗୌହାଟିର ରାଡିସନ୍ ବ୍ଲୁ ହୋଟେଲ ରହିଛନ୍ତି। ଏହି ହୋଟେଲ ବାହାରେ ଟିଏମସି ନେତା ବିକ୍ଷୋଭ ପ୍ରଦର୍ଶନ କରିଛି।

ଆସାମ ଟିଏମସିର ଅନେକ ତୃଣମୂଳ କଂଗ୍ରେସ କର୍ମୀ ହୋଟେଲ ଆଗରେ ପ୍ରତିବାଦ କରୁଥିବା ବେଳେ ଅଟକ ରଖିଛି ଆସମ ପୋଲିସ। ଆସାମରେ ବନ୍ୟା ହୋଇଛି । ଅନେକ ଲୋକଙ୍କର ଘର କ୍ଷୟକ୍ଷତି ହେଉଥିବା ବେଳେ ବିଜେପି ବିଧାୟକ ‘ଘୋଡା ବେପାର’ର ଆୟୋଜନ କରୁଛି ବୋଲି ଟିଏମସି ଅଭିଯୋଗ କରିଛି।

ଶିବସେନା ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଅନେକ ବିଧାୟକ ଆସାମର ଗୌହାଟୀରେ ଥିବା ଏକ ହୋଟେଲରେ ଡେରା ପକାଇଛନ୍ତି।
ଟିଏମସି ରାଜ୍ୟ ସଭାପତି ରିପୁନ ବୋରାଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆସାମରେ ବନ୍ୟା ଯୋଗୁଁ ପ୍ରାୟ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ଜଣେ କର୍ମଚାରୀ କହିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମହାରାଷ୍ଟ୍ର ସରକାରକୁ ହଟାଇବାରେ ବ୍ୟସ୍ତ ଅଛନ୍ତି ବୋଲି ସେ କହିଛନ୍ତି।

ଆସାମ ପୋଲିସ ଟିଏମସି ନେତା ରିପୁନ ବୋରାଙ୍କୁ ଟିଏମସିର ଅନ୍ୟ ବିକ୍ଷୋଭକାରୀଙ୍କ ସହ ରେଡିସନ ବ୍ଲୁ ବାହାରେ ବିକ୍ଷୋଭ ସ୍ଥଳରୁ ହଟାଇ ଦେଇଛି। ଆସାମରେ ପ୍ରଳୟଙ୍କରୀ ବନ୍ୟାରେ ଲୋକମାନେ ପ୍ରାଣ ହରାଉଥିବା ବେଳେ ମହାରାଷ୍ଟ୍ରର ଅସନ୍ତୁଷ୍ଟମାନଙ୍କୁ କିଣାବିକାରେ ମୁଖ୍ୟମନ୍ତ୍ରୀ ହୋମନ୍ତ ବିଶ୍ୱ ଶର୍ମା ସହଯୋଗ କରୁଛନ୍ତି ବୋଲି ରିପୁନ ବୋରା ଦାୟୀ କରିଛନ୍ତି।

ମହାରାଷ୍ଟ୍ରରେ ଏବେ ରାଜନୈତିକ ହଟଚମଟ ଚାଲିଛି। ମହାମେଣ୍ଟ ସରକାର ଭାଙ୍ଗିବାକୁ ଯାଉଛି ବୋଲି କୁହାଯାଉଛି। ଏମଏଲସି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏକନାଥ ସିନ୍ଦେ ୨୬ ଜଣ ବିଧାୟକଙ୍କ ସହ ନିଖୋଜ ହୋଇଯାଇଥିଲେ। ଏବେ ପ୍ରାୟ ୪୨ ଜଣ ବିଧାୟକ ଗୌହାଟିର ଏକ ହୋଟେଲରେ ଡେରା ପକାଇଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ତାଙ୍କ ସରକାରୀ ବାସଭବନରୁ ନିଜ ଘର ‘ମାତୋଶ୍ରୀ’କୁ ପଳାଇ ଆସିଛନ୍ତି। ଅନ୍ୟପଟେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ୨୦ ଜଣ ବିଧାୟକ ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି।

Leave A Reply

Your email address will not be published.