Latest Odisha News

ଥାନା ଭିତରେ ନାଗ, ଭାଇରାଲ୍ ହେଉଛି ଭିଡିଓ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦର ମଧୁବନ୍ ବାପୁଧ‌ାମ୍ ଥାନାରୁ ଏକ ବିଶାଳ ସାପ ଉଦ୍ଧାର ହୋଇଛି। ଏହି ଘଟଣା ଜୁଲାଇ ୧୧ରେ ଘଟିଥିବା ବେଳେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ସଫେଇ କାମ ପାଇଁ ଆସିଥିବା ଜଣେ ବ୍ୟକ୍ତି ଲକଅପ ଭିତରେ ଏକ ନାଗସାପ ଫଣା ଟେକି ବସିଥିବା ଦେଖିବାକୁ ପାଇଥିଲେ। ଭୟରେ ସେମାନେ ଷ୍ଟେସନ ବାହାରକୁ ଚାଲି ଆସି ବନବିଭାଗଙ୍କୁ ଖବର ଦେଇଥିଲେ।

ଖବର ପାଇ ବନବିଭାଗ କର୍ମଚାରୀ ଥାନାରେ ପହଞ୍ଚି ଲକଅପ ଭିତରୁ ନାଗସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ତେବେ ତାକୁ ଜଙ୍ଗଲରେ ଛଡା ଯାଇଥିବା ଜଣାପଡିଛି।

Comments are closed.