Latest Odisha News

BREAKING NEWS

ବ୍ୟାସନଗର କଲେଜ କ୍ୟାମ୍ପସରୁ ବିଷାକ୍ତ ନାଗ ସାପ ଉଦ୍ଧାର

ଯାଜପୁର : କଲେଜ କ୍ୟାମ୍ପସରୁ ବିଷାକ୍ତ ସାପ ଉଦ୍ଧାର। ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ସ୍ଥିତ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରୁ ଏକ ବିଷାକ୍ତ ନାଗ ସାପ ଉଦ୍ଧାର କରାଯାଇଛି। ସ୍ନେକ ହେଲ୍ପଲାଇନ ସଦସ୍ୟ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିବା ଜଣାପଡିଛି।

ତେବେ ମିଳିଥିବା ସୂଚନା ମୁତାବକ କଲେଜର ଲେଡିଜ୍ କମନରୁମ୍ ରେ ଆଜି ଛାତ୍ରୀମାନ ସାପଟିକୁ ଦେଖିଥିଲେ। ଫଳରେ ଭୟଭିତ ହୋଇ ସମସ୍ତେ ବାହାରକୁ ଚାଲି ଆସିବା ସହ କଲେଜ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଇଥିଲେ।

ପରେ କଲେଜ କର୍ତ୍ତୃପକ୍ଷ ସ୍ଥାନୀୟ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଖବର କରିଥିଲେ। ସ୍ନେକ ହେଲ୍ପଲାଇନ ସଦସ୍ୟ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଛନ୍ତି।

Leave A Reply

Your email address will not be published.