Latest Odisha News

BREAKING NEWS

ଢେଙ୍କାନାଳରେ ହାତୀ ଆକ୍ରମଣ; ୨ ଦିନରେ ୨ ମୃତ

ଢେଙ୍କାନାଳ: ଢେଙ୍କାନାଳରେ ହାତୀ ଆକ୍ରମଣ ୨ଦିନରେ ଗଲାଣି ୨ଟି ଜୀବନ । ହାତୀ ଆକ୍ରମଣରେ ମଙ୍ଗଳବାର ଦିନ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣଙ୍କ ହେଉଛନ୍ତି ସଦର ଥାନା ଗହମଖୁଣ୍ଟି ଗାଁର ରମେଶ ସାହୁ ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ଧାନ ଖଳାରେ ଜଣେ ଚାଷୀଙ୍କୁ ହାତୀ କଚାଡି ମରିଥିବାବେଳେ ଆଜି ପୁଣି ପରିବା ବଗିଚାରେ ଆଉ ଜଣେ  ଚାଷୀଙ୍କୁ କଚାଡି ମାରିଦେଇଛି ହାତୀ । ଏପରି ମର୍ମନ୍ତୁଦ ଅଘଟଣ ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଇମାଟି ପଂଚାୟତର କାଇଁଶ ଗ୍ରାମରେ । ମୃତକ ହେଲେ ସ୍ଥାନୀୟ ଗହମଖୁଣ୍ଟି ଗ୍ରାମର ରମେଶ ସାହୁ ।  କାଇଁଶ ନିକଟରେ ପରିବା ଚାଷ କରିଥିବାରୁ ହାତୀ ଉପଦ୍ରବ ଯୋଗୁଁ କୁଡ଼ିଆ କରି ରମେଶ ତାଙ୍କ ପରିବାଚାଷ ଜଗୁଥିଲେ ।

ତେବେ ଆଜି ଭୋର ସମୟରେ ଏକ ଦନ୍ତା ହାତୀ ତାଙ୍କୁ ଶୁଣ୍ଢରେ କଚାଡି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ସଦର ଥାନା ପୁଲିସ ଓ ବନକର୍ମଚାରୀ ପହଂଚି ମୃତଦେହ ଉଦ୍ଧାର କରିଛନ୍ତି ।

Leave A Reply

Your email address will not be published.