Latest Odisha News

ରାଜଧାନୀରୁ ଜବତ ହେଲା କୋକେନ୍ ସହ ବିପୁଳ ଗଞ୍ଜେଇ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଜବତ ହେଲା ୫୦୦ କୋଟିର କୋକେନ୍ । ଭୁବନେଶ୍ବର ଉପକଣ୍ଠ ମଦନପୁରରୁ ୫୦୦ କୋଟିର କୋକେନ ଜବତ କରିଛି ଦିଲ୍ଲୀ ଟିମ୍ । ଖାଲି କୋକେନ୍ ନୁହେଁ ୫ କ୍ବିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି । ତେବେ ଦିଲ୍ଲୀ ନାର୍କୋର ସ୍ବତନ୍ତ୍ର ଟିମର ଚଢାଉ ବେଳେ ଘଟଣାସ୍ଥଳରୁ ୬ ସନ୍ଦିଗ୍ଧ ଫେରାର ହୋଇ ଯାଇଥିବା ସୂଚନା ମିଳିଛି ।

ସେହିପରି ଭୁବନେଶ୍ବର ଉପକଣ୍ଠରେ ପ୍ରାୟ ଅଧାଘଣ୍ଟାର ଛକାପଞ୍ଝା ପରେ ଗୋଡେଇ ଗୋଡେଇ ଉପକଣ୍ଠ ଅଞ୍ଚଳ ଜାଗସରାରେ ଗଞ୍ଜେଇ ଗାଡିକୁ ଜବତ କରିଛି ପୋଲିସ୍ । ତେବେ ଏକ ଗାଡିରେ ଦୁଇ ଦୁର୍ବୃତ୍ତ ଯାଇଥିବା ବେଳେ ହଠାତ୍ ଗାଡିର ଚକା ଜଳିବାକୁ ଆରମ୍ଭ କରିଥିଲା । ହେଲେ ତଥାପି ଗାଡିଟି ନଅଟକି ଗାଁ ଭିତରେ ମାଡି ଚାଲିଥିଲା । ପରେ ପୋଲିସ୍ ମଧ୍ୟ ତା ପଛେ ପଛେ ଗୋଡାଇଥିଲା । ହେଲା ଦୁଇ ଗଞ୍ଜେଇ ବେପାରୀ ଗାଡିଟିକୁ ମଝି ବିଲରେ ଛାଡି ଫେରାର ହୋଇଯାଇଥିଲେ । ପୋଲିସ୍ ଉକ୍ତ ଗାଡି ସହ ବିପୁଳ ଗଞ୍ଜେଇ ଜବତ କରିଛି ।

ତେବେ ଗାଡିଟି ଫୁଲବାଣୀରୁ ଭୁବନେଶ୍ବର ଆସିଥିବା ସୂଚନା ମିଳିଥିବା ବେଳେ ଭୁବନେଶ୍ବରର କେଉଁଠାକୁ ଯାଉଥିଲା ସେନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ୍ ।

Leave A Reply

Your email address will not be published.