Latest Odisha News

BREAKING NEWS

କନ୍ଧମାଳ ଜିଲ୍ଲାରେ ଜାଡ଼ ଭାଙ୍ଗୁଛି ହାଡ, ରାଜ୍ୟର ଶୀତ ଲହରି ଜାରି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି । ଗତକାଲି ଅପେକ୍ଷା ଆଜି ଥଣ୍ଡା ଟିକେ କମିଛି । ଆଜି ରାଜ୍ୟର ୬ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳେ ରହିଥି ପାରଦ । ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା । ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

ସେହିପରି ଫୁଲବାଣୀରେ ୫.୫ ଡିଗ୍ରୀ ଓ ଦାରିଙ୍ଗବାଡିରେ ରାତିର ତାରି ଥିଲା ୬.୫ ଡ଼ିଗ୍ରୀ ସେଲସିୟସ୍ । ସେହିପରି କୋରାପୁଟ ୯.୫, ବଲାଙ୍ଗିର ୯.୮ ଓ ଭବାନୀପାଟଣାରେ ରେକର୍ଡ ହୋଇଛି ୯.୮ ଡିଗ୍ରୀ ସେଲସିୟସ୍ ପାରଦ ।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଭବାନୀପାଟଣା, ଫୁଲବାଣୀ, ଜି. ଉଦୟଗିରି ଓ ବଲାଙ୍ଗିରରେ ଶୀତ ଲହରି ଅନୁଭୂତ ହୋଇଛି । ସେହିପରି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବି ଜାରି ରହିଛି ଶୀତ ଲହରି ।

Leave A Reply

Your email address will not be published.