Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ହର୍ଷଦୀପଙ୍କ ଘରକୁ ଆସିବ ନୂଆ ଅତିଥି

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଏବଂ ଟିଭି ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀ ସେମାନଙ୍କର ଗର୍ଭଧାରଣ ସମୟକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ବଲିଉଡର ଜଣେ ପ୍ରସିଦ୍ଧ ଗାୟକ ହର୍ଷଦୀପ କୌର ମଧ୍ୟ ପ୍ରଶଂସକଙ୍କ ସହ ଏକ ଖୁସି ଖବର ବାଣ୍ଟିଛନ୍ତି। ହର୍ଷଦୀପ ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି।

ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି। ହର୍ଷଦୀପ ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ବେବି ବମ୍ପ୍‌ ଦେଖିବାକୁ ମିଳିଛି।

ହର୍ଷଦୀପ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ସେୟାର କରିଛନ୍ତି। ଗୋଟିଏ ଫଟୋରେ ସେ ଏକୁଟିଆ ଏବଂ ଦ୍ୱିତୀୟ ଫଟୋରେ ସ୍ୱାମୀ ମାନକ ସିଂଙ୍କ ସହ ନଜର ଆସିଛନ୍ତି। ଉଭୟ ଫଟୋରେ ତାଙ୍କ ବେବି ବମ୍ପ୍‌ ସ୍ପଷ୍ଟ ଦେଖିବାକୁ ମିଳିଛି।

ଫଟୋ ସେୟାର କରିବାବେଳେ ସେ ଲେିଛନ୍ତି ଯେ ସେ ତାଙ୍କ ସନ୍ତାନ ପାଇଁ ବହୁତ ଉତ୍ସାହିତ ଅଛନ୍ତି। ଫଟୋ ସେୟାର୍‌ କରି ହର୍ଷଦୀପ କ୍ୟାପସନରେ ଲେଖିଛନ୍ତି, ‘ମୁଁ ଏହି କୁନି ବେବିକୁ ଭେଟିବାକୁ ବହୁତ ଉତ୍ସାହିତ। ମାର୍ଚ୍ଚ ୨୦୨୧ ରେ ଜୁନିଅର କୌର ଆସୁଥିବା ସୂଚନା ମିଳିଛି।

Leave A Reply

Your email address will not be published.