ଭୁବନେଶ୍ୱର: ଜାଡ଼ରେ ଥରୁଛି ଓଡ଼ିଶା । ଖସୁଛି ପାରଦ । ଶୀତ ବଢୁଛି । ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ୨୨ଟି ସ୍ଥାନରେ ପାରଦ ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି । ସବୁଠୁ ଥଣ୍ଡା ସହର ପାଲଟିଛି ଦାରିଙ୍ଗିବାଡ଼ି । ସେଠାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।
ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ୍ ରେକର୍ଡ କରିଛି ପାଣିପାଗ ବିଭାଗ । ସେହିପରି ଟିଟିଲାଗଡ଼ରେ ୧୦.୮, କୋରାପୁଟରେ ୧୦.୬, କେନ୍ଦୁଝରରେ ୧୦.୪, ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରହିଛି ୧୦.୬ ଡିଗ୍ରୀ ସେଲସିୟସ୍ ।
ହାଡ ଭାଙ୍ଗୁଛି ଶୀତ:#୨୨ସ୍ଥାନରେ ରାଜ୍ୟରେ ୧୫ଡ଼ିଗ୍ରୀ ତଳେ ରାତ୍ରି ତାପମାତ୍ରା
ପାହାଡିଆ ଅଞ୍ଚଳ ମଧ୍ୟରେ #ଦାରିଙ୍ଗବାଡି ଠାରେ ସର୍ବନିମ୍ନ #୭ଡ଼ିଗ୍ରୀ ରାତ୍ରି ତାପମାତ୍ରା
ସେହିପରି ସମତଳ ଅଞ୍ଚଳ ମଧ୍ୟରେ #ଫୁଲବାଣୀ ରେ ସର୍ବନିମ୍ନ ୯ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ #ଭୁବନେଶ୍ୱର ରେ ୧୪.୪ ଡ଼ିଗ୍ରୀ ଏବଂ #କଟକ ରେ ୧୪ଡ଼ିଗ୍ରୀ pic.twitter.com/I4aPKSVyCu
— Meteorological Centre, Bhubaneswar (@mcbbsr) December 16, 2021
ଭବାନୀପାଟଣାର ୧୧, ସୁନ୍ଦରଗଡ଼ରେ ୧୧.୫, ମାଲକାନଗିରିରେ ୧୪, ସୋନପୁରରେ ୧୨.୮, ବଲାଙ୍ଗିରରେ ୧୨.୮, ତାଳଚେରରେ ୧୨, ହୀରାକୁଦରେ ୧୨.୮, ଅନୁଗୋଳରେ ୧୨.୬, ସମ୍ୱଲପୁରରେ ୧୩.୫, ବାରିପଦାରେ ୧୩, ଚାନ୍ଦବାଲିରେ ୧୩, ବାଲେଶ୍ୱରରେ ୧୩.୯ ଡିଗ୍ରୀ, ଭୁବନେଶ୍ୱରରେ ୧୪.୪, କଟକରେ ୧୪, ମାଲକାନଗିରିରେ ୧୪ ଡିଗ୍ରୀ ରହିଛି ସର୍ବନିମ୍ନ ତାପମାତ୍ରା ।
Comments are closed.