Latest Odisha News

BREAKING NEWS

ଫେରିବ ଶୀତ: କାଲିଠୁ ରାଜ୍ୟରେ ବଢ଼ିବ ଜାଡ଼, ରାତିର ତାପମାତ୍ରା ୩-୫ ଡିଗ୍ରୀ ଖସିବ

ଭୁବନେଶ୍ୱର: କାଲିଠୁ ରାଜ୍ୟରେ ବଢ଼ିପାରେ ଶୀତ । ଜାଡ଼ରେ ଥରିବ ଓଡ଼ିଶା । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏବେ ପାଗ ଶୁଷ୍କ ରହିଛି । ବିଭିନ୍ନ ଜିଲ୍ଲାରେ ଶୀତ ଲହରି ଅନୁଭୂତ ହେବ । ଆଗାମୀ ତିନି ଦିନ ଭିତରେ ରାତିର ସର୍ବନିମ୍ନ ତାପମାତ୍ରା ୩-୫ ଡିଗ୍ରୀ ସେଲସିୟସ୍ ଯାଏ ହ୍ରାସ ପାଇବା ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ଶକ୍ତିଶାଳୀ ହେଉଥିବାରୁ ୨୮ରୁ ୩୦ ତାରିଖରେ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଲହରୀ ସମ୍ଭାବନା ରହିଛି ।

ଆସନ୍ତାକାଲି ପାଇଁ ୬ ଜିଲ୍ଲା ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼ ଓ କେନ୍ଦୁଝରକୁ ଶୀତ ଲହରି ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୭ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ ଓ କଳାହାଣ୍ଡିକୁ ମଧ୍ୟମ ଧରଣର କୁହୁଡ଼ି ନେଇ ଦିଆଯାଇଛି ୟେଲୋ ଓ୍ୱାର୍ଣ୍ଣିଂ ।

ଆସନ୍ତା ୨୯ ତାରିଖ ପାଇଁ ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଅନୁଗୋଳ, ଦେବଗଡ଼, ନୂଆପଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଶୀତ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୩୦ ତାରିଖ ପାଇଁ ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର ଓ ନୂଆପଡ଼ା ଜିଲ୍ଲାକୁ ଦିଆଯାଇଛି ୟେଲୋ ଓ୍ୱାର୍ଣ୍ଣିଂ।

Comments are closed, but trackbacks and pingbacks are open.