Latest Odisha News

BREAKING NEWS

ଆଜିଠୁ ୟୁଟ୍ୟୁବରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ୟୁଟ୍ୟୁବରେ ପାଠପଢ଼ା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁଟ୍ୟୁବରେ ପାଠପଢ଼ା ହେବ । ସୋମବାରରୁ ଶୁକ୍ରବାର ନିୟମିତ ଚାଲିବ କ୍ଲାସ । ପ୍ରତ୍ୟେକ ଦିନ ଗୋଟାଏ ଲେଖାଏଁ କ୍ଲାସ ହେବ । ଏନେଇ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରତି ୟ୍ୟୁଟ୍ୟୁବ ଲାଇଭ ଷ୍ଟ୍ରିମିଂ କ୍ଲାସର ଲିଙ୍କ୍ ପୂର୍ବଦିନ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଯିବ । ଏହି ଲିଙ୍କ୍ ହ୍ୱାଟସଅପ୍ ଗ୍ରୁପ୍ ମାଧ୍ୟମରେ ଶେୟାର କରାଯିବ । ପ୍ରତି କ୍ଲାସର ସମୟ ତିରିଶ ମିନିଟ୍ ରଖାଯାଇଛି । ଅନଲାଇନରେ ହେଉଥିବା କ୍ଲାସକୁ ୟ୍ୟୁଟ୍ୟୁବରେ ଅପଲୋଡ଼ କରାଯିବ । ଯାହାଦ୍ୱରା ପରବର୍ତ୍ତୀ ପର୍ଯ୍ୟାୟରେ ପିଲାମାନେ ଏହାର ଫାଇଦା ନେଇପାରିବେ ।

ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ଆଜିଠୁ ଫେବୃଆରୀ ୧୧ତାରିଖ ପର୍ଯ୍ୟନ୍ତ କ୍ଲାସର ତଥ୍ୟ ଦିଆଯିବ । ହେଲେ ଆଜି ବି ଉପାନ୍ତ ଅଞ୍ଚଳରେ ଅନେକ ଲୋକଙ୍କ ପାଖରେ ମୋବାଇଲ ନାହିଁ । ତ ପୁଣି ମୋବାଇଲ ଥିଲେ ନେଟୱାର୍କ ସମସ୍ୟା ଲାଗି ରହୁଛି । ଏହିଭଳି ସ୍ଥିତିରେ ୟୁଟ୍ୟୁବରେ ପାଠପଢ଼ା ସଫଳ ହେବା ନେଇ ପ୍ରଶ୍ନବାଚୀ ଦେଖାଦେଇଛି ।

Comments are closed, but trackbacks and pingbacks are open.