ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ। ବଢୁଛି ଥଣ୍ଡା । ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଜନଜୀବନ ଅସ୍ତବ୍ୟସ୍ତ । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଦାରିଙ୍ଗିବାଡ଼ିରେ ପାରଦ ରହିଛି ୭ ଡିଗ୍ରୀ ସେଲସିୟସ୍।
ଝାରସୁଗୁଡ଼ାରେ ୮.୨, ବାରିପଦା ୮.୫, ସୁନ୍ଦରଗଡ଼ ଓ କୋରାପୁଟରେ ରାତିର ତାପମାତ୍ରା ୯ ଡିଗ୍ରୀ ସେଲସିୟସକୁ ଖସିଛି । ସେହିପରି ତାଳଚେରରେ ୯.୩, କେନ୍ଦୁଝର ୯.୪, ଭବାନୀପାଟଣା ୯.୬, ସୋନପୁର ୯.୬ ଓ ବଲାଙ୍ଗିରରେ ରେକର୍ଡ ହୋଇଛି ୯.୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ।
ଓଡ଼ିଶାର #୧୧ସ୍ଥାନରେ #୧୦ଡ଼ିଗ୍ରୀ ତଳେ #ପାରଦ | #ଫୁଲବାଣୀରେ ୫.୩ ଡିଗ୍ରୀ #ରାତ୍ରି #ତାପମାତ୍ରା ରେକର୍ଡ #ଦରଙ୍ଗବାଡି ୭ #ଝାରସୁଗୁଡା ୮.୨ #ବାରିପଦା ୮.୫ #ସୁନ୍ଦରଗଡ ୯ #କୋରାପୁଟ ୯ #ତାଳଚେର ୯.୩ #କେନ୍ଦୁଝର ୯.୪ #ଭବାନୀପାଟଣା ୯.୬ #ସୋନପୁର ୯.୬ #ବଲାଙ୍ଗୀର ୯.୮ #ଭୁବନେଶ୍ୱର ୧୨.୨ଡ଼ିଗ୍ରୀ ଏବଂ #କଟକ ରେ ୧୧.୫ଡ଼ିଗ୍ରୀ pic.twitter.com/4LOl3K2sWd
— Meteorological Centre, Bhubaneswar (@mcbbsr) December 27, 2020
ଏହି ସମୟରେ କଟକରେ ୧୧.୫ ଓ ଭୁବନେଶ୍ୱରରେ ପାରଦ ରହିଛି ୧୨.୨ ଡିଗ୍ରୀ ସେଲସିୟସ୍ । ଆଗାମୀ କିଛି ଦିନ ଏଭଳି ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି ।
Comments are closed.