Latest Odisha News

BREAKING NEWS

ପୁଣି ଦେଶରେ ୨୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୭୩୨ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧ଲକ୍ଷ ୮୭ହଜାର ୮୫୦କୁ ବୃଦ୍ଧି ପାଇଛି ।

ଦେଶରେ କରୋନା ସୁସ୍ଥହାର ବଢୁଛି । ଗତ ୨୪ ଘଣ୍ଟାରେ ଆଉ ୨୧ହଜାର ୪୩୦ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୯୭ଲକ୍ଷ ୬୧ହଜାର ୫୩୮ ଆକ୍ରାନ୍ତ । ଦେଶରେ ସୁସ୍ଥ ହାର ୯୫ ପ୍ରତିଶତରୁ ଅଧିକ ।

ଦେଶରେ ଗତ ୨୪ଘଣ୍ଟାରେ କରୋନାରେ ଆଉ ୨୭୯ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୭ହଜାର ୬୨୨ ଛୁଇଁଛି । ମୃତ୍ୟୁହାର ରହିଛି ୧.୪୫% ।

Leave A Reply

Your email address will not be published.