Latest Odisha News

BREAKING NEWS

ଥଣ୍ଡାର ପ୍ରକୋପ ଜାନୁଆରୀ ୧୫ ଯାଏଁ ରହିବ: ପାଣିପାଗ ବିଭାଗ

ଭୁବନେଶ୍ୱର : ଉତ୍ତର ଓ ଉପକୂଳବର୍ତ୍ତୀ ଓଡିଶାରେ ରାତ୍ରିର ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଥିବା ବେଳେ ରାଜ୍ୟର ପଶ୍ଚିମ ଭାଗରେ ଶୀତ ଲହରୀରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ରାଜ୍ୟରେ ଜାନୁଆରୀ ୧୫ ତାରିଖ ଯାଏଁ ଶୀତ ଲହରୀ ଜାରି ରହିବ ବୋଲି ବୁଧବାର ଦିନ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଭାରତୀୟ ପାଣିପାଗ ବିଭାଗର ସଦ୍ୟ ପ୍ରକାଶିତ ସୂଚନା ଅନୁଯାୟୀ, ବିଗତ ୨ଦିନ ଧରି ସାମୁଦ୍ରିକ ପବନ ଭୂଭାଗ ଆଡକୁ ବହୂଥିବା ଯୋଗୁଁ ରାଜ୍ୟର ଉତ୍ତର ଓ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ରାତିର ତାପମାତ୍ରାରେ ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ଘଟିଛି । ପବନର ଏହି ଦିଗ ପରିବର୍ତ୍ତନ ଯୋଗୁଁ ଏହି ସବୁ ଅଞ୍ଚଳମାନଙ୍କରେ ସାଧାରଣତଃ ରାତ୍ରିର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ମଧ୍ୟବର୍ତ୍ତୀ ଜିଲ୍ଲା ଗୁଡିକରେ ଜାରି ଶୀତ ଲହରୀରେ କୌଣସି ପରିବର୍ତ୍ତନ ହେବ ନାହିଁ ଏହା ଫଳରେ ଏହି ଶୀତ ଲହରୀ ଆସନ୍ତା ଜାନୁଆରି ୧୫ ତାରିଖ ଯାଏଁ ଜାରି ରହିବ ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ବୁଧବାର ଦିନ ରାଜ୍ୟର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ଏହାବ୍ୟତିତ ରାଜ୍ୟର ପ୍ରାୟ ୮ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି । ସେହି ସ୍ଥାନ ଗୁଡିକ ହେଲା- ଟିଟଲାଗଡ (୮.୫), କୋରାପୁଟ (୮.୬), ଭବାନୀପାଟଣା (୯), ସୁନ୍ଦରଗଡ (୮.୫), ସମ୍ବଲପୁର (୯.୫), କେନ୍ଦୁଝର (୯.୪), ଝାରସୁଗୁଡା (୯.୮) ଏବଂ ଅନୁଗୁଳ (୮) ରହିଛି ।

ସେହିପରି କଟକ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୨ ଓ ୧୨.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

Leave A Reply

Your email address will not be published.