Latest Odisha News

BREAKING NEWS

‘କାଳିଆ’ ଯୋଜନାର ଆବେଦନ ଫର୍ମ ଦାଖଲ ତାରିଖ ଜାନୁଆରୀ ୧୫କୁ ଘୁଞ୍ଚିଲା

ଭୁବନେଶ୍ୱର: ରାଜ୍ୟର କୃଷକମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ’ ଯୋଜନାର ଆବେଦନ ଫର୍ମ ଦାଖଲ ତାରିଖ ଜାନୁଆରୀ ୧୫ ତାରିଖକୁ ଘୁଞ୍ଚାଇ ଦେବାକୁ ବୁଧବାର ସନ୍ଧ୍ୟାରେ ରାଜ୍ୟ ସଚିବାଳୟଠାରେ ଘୋଷଣା କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟର ଚାଷୀମାନଙ୍କ ଆର୍ଥୀକ ମାନଦଣ୍ଡ ଅଭିବୃଦ୍ଧି ଲାଗି ‘କାଳିଆ’ ଯୋଜନାର ଘୋଷଣା କରିଥିଲେ । ତେବେ ଏହି ଯୋଜନା କାର୍ଯ୍ୟକାରୀ ହେବାପରେ ରାଜ୍ୟର ଚାଷୀମାନେ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଫର୍ମ ଦାଖଲ କରିବାର କାର୍ଯ୍ୟକ୍ରମ ରହିଥିଲା । କାଳିଆ ଯୋଜନା ପ୍ରତି ଚାଷୀମାନଙ୍କର ଆଗ୍ରହକୁ ଲକ୍ଷ୍ୟ କରି କୌଣସି କୃଷକ ଯେପରି ଏହି ଯୋଜନାରୁ ବଞ୍ଚିତ ନହେବେ ସେଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ତାରିଖ ଆସନ୍ତା ଜାନୁଆରୀ ୧୫ ତାରିଖକୁ ବୃଦ୍ଧି କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟର ଆବେଦନ ଜାନୁଆରୀ ୨୫ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଆଜି ସନ୍ଧ୍ୟାରେ ରାଜ୍ୟ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହାବ୍ୟତୀତ ଏହି କାଳିଆ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ପଦାଧିକାରୀଙ୍କ ସହିତ ବିଶଦ ଆଲୋଚନା କରିଥିଲେ ।

Leave A Reply

Your email address will not be published.