Latest Odisha News

BREAKING NEWS

ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ : ସଂସଦରେ ବଜେଟ୍ ଅଧିବେଶନ ଆସନ୍ତା ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଫେବୃଆରି ୧ ତାରିଖରେ ଗୃହରେ ଅନ୍ତରୀଣ ବଜେଟ୍ ଉପସ୍ଥାପନା କରାଯିବ ।

ବୁଧବାର ଦିନ ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ନେଇ ଜଣାପଡିଛି ।

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ଅନ୍ତରୀଣ ବଜେଟ୍ ଉପସ୍ଥାପାନ କରିବେ । ଏଥିସହିତ ଲୋକସଭା ନିର୍ବାଚନ ପରେ ନବନିର୍ବାଚିତ ସରକାରଙ୍କ ଦ୍ୱାରା ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ କରାଯିବ ।

ଚଳିତ ବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହା ସଂସଦର ଅନ୍ତିମ ଅଧିବେଶନ ହେବ ବୋଲି ଜଣାପଡିଛି ।

ସୂଚନାନୁଯାୟୀ ସଂସଦର ବଜେଟ୍ ଅଧିବେଶନ ଆସନ୍ତା ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ୧୩ ତାରିଖ ଯାଏଁ ବସିବ ।

Leave A Reply

Your email address will not be published.