Latest Odisha News

ଆହୁରି ୩ ଦିନ ଥରାଇବ ଶୀତ, କୁହୁଡି ପାଇଁ ଆଲର୍ଟ ଜାରି

ଭୁବନେଶ୍ବର:  ରାଜ୍ୟରେ ଜାରି ରହିଛି ଶୀତ ଲହରି । ସକାଳୁ ସକାଳୁ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ତେବେ ଆଗ ଅପେକ୍ଷା ତାପମାତ୍ରା ବଢିଥିବା ବେଳେ ଶୀତର ପ୍ରକୋପ ମଧ୍ୟ କମିଛି । ଗତ ଦୁଇଦିନ ହେବ ରାତି ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୩ ଯାଏଁ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ ବିଭାଗ ।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଏହାପରେ ପାର୍ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଫଳରେ ରାଜ୍ୟରେ ଶୀତର ପ୍ରକୋପ ଆହୁରି କମିବ । ଏଥିସହିତ ଆଗାମୀ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁହୁଡି ପଡିବ । ଆଜି ସକାଳେ କେନ୍ଦୁଝର, ଝାରସୁଗୁଡ଼ା, କଳାହାଣ୍ଡି, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହୋଇଛି। ସେହିପରି ସୁନ୍ଦରଗଡ଼ ଏବଂ କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳରେ ଘନକୁହୁଡ଼ି ଦେଖିବାକୁ ମିଳିଛି । ଆସନ୍ତା ୩ ଯାଏଁ ମଧ୍ୟ ଏହି ସବୁ ସ୍ଥାନରେ କୁହୁଡି ପଡିବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.