Latest Odisha News

BREAKING NEWS

ଆହୁରି ୭ ଦିନ ଯାଏଁ ପ୍ରବଳ ଥଣ୍ଡା…

ଭୁବନେଶ୍ୱର: ଶୀତର ପ୍ରକୋପ ଜାରି ରହିଥିବାରୁ ରାଜ୍ୟରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ପାଣିପାଗ ବିଭାଗ ଅନୁଯାୟୀ ଆହୁରି ୭ ଦିନ ଯାଏଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଜାରି ରହିବ।

ସୂଚନା ଅନୁଯାୟୀ, ଘନ କୁହୁଡ଼ିକୁ ନେଇ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି। ଆଜି ପାଇଁ ୪ ଜିଲ୍ଲା କନ୍ଧମାଳ, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଏବଂ ଆସନ୍ତାକାଲି ପାଇଁ ୩ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ଘନ କୁହୁଡ଼ି ପାଇଁ ଚେତାବନୀ ଜାରି ହୋଇଛି। ସେହିପରି ୧୦ ଡିଗ୍ରୀ ତଳେ ୧୦ ସହର ତାପମାତ୍ରା ରେକର୍ଡ ହୋଇଛି।

ଗତକାଲି ଜି ଉଦୟଗିରିରେ ସର୍ବାଧିକ ଥଣ୍ଡା ଥିଲା ୪.୩ ଡିଗ୍ରୀ ସେଲସିୟସ୍। ଏହା ପରେ ସେମିଲିଗୁଡ଼ା ୪.୫ ଡିଗ୍ରୀ, ଫୁଲବାଣୀ ୬.୫ ଡିଗ୍ରୀ, କୋରାପୁଟ ୬.୭ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ି ୭ ଡିଗ୍ରୀ ସେଲସିୟସ୍। ସେହିପରି ଭୁବନେଶ୍ୱର ଏବଂ କଟକରେ ଯଥାକ୍ରମେ ୧୨.୮ ଡିଗ୍ରୀ ଏବଂ ୧୨.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

ତେବେ ଆଗାମୀ ୭ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

 

 

Comments are closed.