ଭୁବନେଶ୍ଵର: କିଛି ଦିନର ବିରତି ପରେ ରାଜ୍ୟକୁ ପୁଣି ଫେରିଛି ଶୀତ । ପ୍ରବଳ ଜାଡରେ ଥରୁଛି ଓଡିଶା । ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟଟି ପଶ୍ଚିମ ଦିଗକୁ ଗତି କରୁଥିବାରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢିଛି । ପ୍ରଭାବରେ ରାତିର ତାପମାତ୍ରା କମିଛି । ପାଖାପାଖି ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିଛି ରାତି ତାପମାତ୍ରା ।
ତେବେ ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଶୀତ ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାନିପାଗ ବିଭାଗ । ଶୀତ ସହ ଘନ କୁହୁଡି ଜନଜୀବନ ଅସ୍ତବ୍ୟସ୍ତ କରିବ ବୋଲି କହିଛି ପାଣିପାଗ ବିଭାଗ । ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଢିବ ଶୀତର ପ୍ରକୋପ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ରାଉରକେଲା ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ, ଫୁଲବାଣୀ ଓ ସୁନ୍ଦରଗଡରେ ୯ ଡିଗ୍ରୀ, ବାରିପଦା ଓ ଅନୁଗୁଳରେ ୧୧, କଟକରେ ୧୪ ଓ ଭୁବନେଶ୍ବରରେ ୧୫ ଡିଗ୍ରୀ ରହିପାରେ। ଆଜି ବିଶେଷକରି, ଅନୁଗୁଳ ଓ କନ୍ଧମାଳରେ ଘନ କୁହୁଡି ହେବାର ଆଶଙ୍କା ରହିଛି। ଏହି ଜିଲ୍ଲା ଗୁଡିକୁ ୟେଲୋ ଆଲର୍ଟ ଜାରି କରାଯାଇଛି ପାଣିପାଗ ବିଭାଗ । ସେହିପରି ୩ ତାରିଖରେ ଭୁବନେଶ୍ବରରେ ୧୬, ରାଉରକେଲାରେ ୧୧ ଡିଗ୍ରୀ ରହିପାରେ। କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ଗଂଜାମ, ଗଜପତି, କଳାହାଣ୍ଡି ଓ ନୟାଗଡ଼ରେ ହାଲୁକରୁ ମଧ୍ୟମଧରଣର କୁହୁଡି ଦୃଶ୍ୟମାନ ହେବ ବୋଲି ପୂର୍ବାନୁମାନ କରିଛି ବିଭାଗ ।
ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଥିବାରୁ ପ୍ରବଳ ଶୀତ ଅନୁଭବ ହୋଇଛି। ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୯.୨, କିରେଇରେ ୯.୭, ସିମିଳିଗୁଡ଼ାରେ ୧୦.୧, ସୁନ୍ଦରଗଡ଼ରେ ୧୦.୭, ଫୁଲବାଣୀରେ ୧୧, କେନ୍ଦୁଝରରେ ୧୨.୪, ବାରିପଦାରେ ୧୨.୬, ସୋନପୁରରେ ୧୨.୯, ଅନୁଗୁଳରେ ୧୩, ବାଲେଶ୍ବରରେ ୧୩.୩, ବଲାଙ୍ଗୀରରେ ୧୩.୫, ହୀରାକୁଦରେ ୧୪.୧, ଯାଜପୁରରେ ୧୪.୨, ଜଗତ୍ସିଂହପୁରରେ ୧୪.୪, କୋରାପୁଟରେ ୧୪.୪, ଢେଙ୍କାନାଳରେ ୧୪.୭ ଡିଗ୍ରି ରହିଥିଲା।
Comments are closed.